୧୮ ଓଏଏସ ଅଧିକାରୀଙ୍କୁ ପଦୋନ୍ନତି
୧୮ ଓଏଏସ ଅଧିକାରୀଙ୍କୁ ପଦୋନ୍ନତି
admin
Dec 16, 2020 - 07:24
Updated: Dec 16, 2020 - 07:24
ଭୁବନେଶ୍ୱର: ରାଜ୍ୟ ସରକାର କନିଷ୍ଠ ବର୍ଗ ଶ୍ରେଣୀର ୧୮ ଜଣ ଓଏଏସ ଅଧିକାରୀଙ୍କୁ ବରିଷ୍ଠ ବର୍ଗ ଶ୍ରେଣୀକୁ ପଦୋନ୍ନତି କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ରାୟଗଡ଼ା ଉପଜିଲ୍ଲାପାଳ ଥିବା ସୁବ୍ରତ କୁମାର ପାଣିଗ୍ରାହୀ, ରାଜ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟାଳୟରେ ଉପଶାସନ ସଚିବ ଥିବା ଆଜାଦ ହିନ୍ଦ ପାଣିଗ୍ରାହୀ, ରାଜ୍ୟ ନିର୍ବାଚନ କମିସନ କାର୍ଯ୍ୟାଳୟର ବିଧି ଅଧିକାରୀ ମାଧୁରୀ ମିଶ୍ର, ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଲକ ବିଡିଓ ଶ୍ୟାମସୁନ୍ଦର ଟୁଡୁ, କୋରାପୁଟ ବୋରିଗୁମ୍ମା ତହସିଲଦାର ସୁବାଷ ଚନ୍ଦ୍ର ରଇତ, ବଲାଙ୍ଗୀର ଲୋୟର ସୁକତେଲ ସେବା ପ୍ରକଳ୍ପ ଜୋନ ଅଧିକାରୀ ବିଶ୍ୱରଞ୍ଜନ ମଲ୍ଲିକ, ବାଲେଶ୍ୱର ରେମୁଣା ବିଡିଓ ଲଳିତ ସୋରେନ, ଗଜପତି ଜିଲ୍ଲା ନୂଆଗଡ଼ା ତହସିଲଦାର ପ୍ରଫୁଲ୍ଲ କୁଜୁର, ନୟାଗଡ଼ ବିଡିଓ ମନୋଜ ପାତ୍ର, ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ, କେନ୍ଦୁଝର ଆନନ୍ଦପୁର ତହସିଲଦାର ସନତ କୁମାର ନାଏକ, କେନ୍ଦୁଝର ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ରାୟଗଡ଼ା ରାମନାଗୁଡ଼ା ବିଡିଓ ବେଣୁଧର ଶବର, ରାୟଗଡ଼ା ଗୁଣୁପୁର ବିଡିଓ ଶାନ୍ତପ୍ରଭା ପ୍ରଧାନ, ମୟୂରଭଞ୍ଜ ବାଙ୍ଗିରିପୋଷି ତହସିଲଦାର ଅଭିମନୁ୍ୟ ପଣ୍ଡା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପ, ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲଦାର ଗୁନାମଣି ସୁନାନି ଓ କେନ୍ଦୁଝର ଝୁମ୍ପୁରା ତହସିଲଦାର ଥିବା ପ୍ରତିଭା ପୃଷ୍ଟି ।