‘ପରୀ’ ପାଇଁ ବିଜେପିର ପଦଯାତ୍ରା
‘ପରୀ’ ପାଇଁ ବିଜେପିର ପଦଯାତ୍ରା
admin
Dec 16, 2020 - 07:39
Updated: Dec 16, 2020 - 07:39
ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି । ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ତେବେ ଏହାରି ଭିତରେ ପରୀକୁ ନ୍ୟାୟ ଦେବାକୁ ବିଜେପି ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୨୦ ତାରିଖରୁ ଭୁବନେଶ୍ୱରରୁ ବିଜେପିର ପଦଯାତ୍ରା ଆରମ୍ଭ ହେବ । ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରି ବିଜେପି ପରୀ ଗାଁ ଯଦୁପୁରକୁ ଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଏଥିସହ ଏହି ପଦଯାତ୍ରାରେ ସାଧାରଣ ଲୋକ, ବୁଦ୍ଧିଜୀବୀ ଓ ଛାତ୍ର ସଂଗଠନଙ୍କୁ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।