ହାଇକୋର୍ଟରେ ହାଜର ହେଲେ ଏଡିଜି

ହାଇକୋର୍ଟରେ ହାଜର ହେଲେ ଏଡିଜି

ହାଇକୋର୍ଟରେ ହାଜର ହେଲେ ଏଡିଜି
ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜି ହାଇକୋର୍ଟରେ ହାଜର ହୋଇଛନ୍ତି । ଭିଡିଓ କନଫରେନସିଂ ଜରିଆରେ ହାଜର ହୋଇ ପକ୍ଷ ରଖିଛନ୍ତି । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ତଦନ୍ତ ଚାଲୁରହିଥିବା ଏଡିଜି ଜଣାଇଛନ୍ତି । ତେବେ ଆସନ୍ତା ଜାନୁଆରୀ ମାସରେ ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟଯେ, ଜଣେ ମହିଳା ଓଟିଭିରେ କାର୍ଯ୍ୟ କରୁଥିଲେ । ତାଙ୍କର ନବମ ଶ୍ରେଣୀର ଝିଅକୁ ଓଟିଭିର କେତେକ କର୍ମଚାରୀ, ସୁରକ୍ଷା କର୍ମୀ ଓ ପୁଲିସ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଝିଅର ମା’ ଅଭିଯୋଗ କରିଥିଲେ । ଓଟିଭି କର୍ତୃପକ୍ଷଙ୍କୁ ବି ଝିଅର ମା’ କହିଥିôବା ନେଇ ଅଡ଼ିଓ ବି ଭାଇରାଲ ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ଅଭିଯୋଗ ଆଧାରରେ ପୁଲିସ ପଦକ୍ଷେପ ଗ୍ରହଣ କରିଥିବାବେଳେ ଅପରପକ୍ଷରେ ସରକାର ଜାଣିଶୁଣି ବଦନାମ କରୁଛନ୍ତି ବୋଲି ଓଟିଭି ପକ୍ଷରୁ କୁହାଯାଇଥିଲା ।