ଚାଷୀ ଆନେ୍ଦାଳନ ନେଇ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ

ଚାଷୀ ଆନେ୍ଦାଳନ ନେଇ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ

ଚାଷୀ ଆନେ୍ଦାଳନ ନେଇ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଚାଲିଥିବା ଚାଷୀ ଆନେ୍ଦାଳନ ପରିପ୍ରେକ୍ଷୀରେ ବୁଧବାର ସୁପ୍ରମିକୋର୍ଟ ଏକ ବଡ଼ ନିଦେ୍ର୍ଧଶ ଦେଇଛନ୍ତି । ଏହାର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସମସ୍ତ ପକ୍ଷଙ୍କୁ ନେଇ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ସଲିସିଟର ଜେନେରାଲଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଦେଶବ୍ୟାପୀ ଚାଷୀ ସଂଗଠନର ପ୍ରତିନିଧିଙ୍କୁ ଉକ୍ତ କମିଟିରେ ସାମିଲ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଚାଷୀ ପ୍ରତିନିଧି, କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷ ବସି ଏହାର ସମାଧାନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟପକ୍ଷରେ ପକ୍ଷ ରଖିବାକୁ ଚାଷୀ ସଂଗଠନକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି । ଏଥିସହ ଆସନ୍ତାକାଲି ମାମଲାର ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।