୧୫ କୋଟି ଟଙ୍କାରେ ଗଂ ଜେଇ ଗଛ ନଷ୍ଟ
୧୫ କୋଟି ଟଙ୍କାରେ ଗଂ ଜେଇ ଗଛ ନଷ୍ଟ
କନ୍ଧମାଳ: କନ୍ଧମାଳ, ବୌଦ୍ଧ ଏବଂ ସମ୍ବଲପୁରର ରେଢ଼ାଖୋଲ ନାକ୍ଟିଦେଉଳ ଅଞ୍ଚଳରେ ବ୍ୟାପକ ଗଂ ଜେଇ ଚାଷ ହେଉଥିବା ନଜରକୁ ଆସିଛି। ପୁଲିସ ଏବଂ ଅବାକରୀ ବିଭାଗ ପକ୍ଷରୁ ଏହାକୁ ବନ୍ଦ କରିବାକୁ ଜୋରଦାର ଚଢ଼ଉ କରାଯାଇଛି। ହେକ୍ଟର ହେକ୍ଟର ଜମିରୁ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଲାଗିଛି। ରବିବାର କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ପୋଲିସ ବିପୁଳ ମାତ୍ରାର ଗଞ୍ଜେଇ ଚାଷ ନଷ୍ଟ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସିନ୍ଦ୍ରିଗାଁ ପଞ୍ଚାୟତର ମହାସିଙ୍ଗପଙ୍ଗା ଏବଂ ଡଙ୍ଗ୍ରିପଡା ଗାଁରେ ପୋଲିସ ୧୬୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରିଛି । ଏହି ଗଞ୍ଜେଇର ମୂଲ୍ୟ ୧୫ କୋଟିରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି । ତେବେ ଏହି ମାମଲାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
ପୁର୍ବରୁ ସୁଡ୍ରେଜୁ ପଞ୍ଚାୟତ ଅଧୀନରେ ଥିବା ଘାଟିକମ୍ପା, ଡାକାଙ୍ଗି, ଗାଟିକମ୍ପା ଗାଁ ଅଞ୍ଚଳରେ ସଦର ପୋଲିସ ଦ୍ୱାରା ମିଳିତ ଚଢାଉରେ ୧୨୮ ଏକରରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା । ସେହିପରି ୧୧ ତାରିଖରେ କାଟ୍ରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ପାଙ୍ଗାପାଜୁ ଏବଂ ଗଣ୍ଡାରାମର ଗୋଚାପଡା ପୋଲିସ ଦ୍ୱାରା ମିଳିତ ଚଢାଉରେ ୧୬୪ ଏକରରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା ।




admin 