ରାଜସ୍ଥାନରୁ ୪ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ
ରାଜସ୍ଥାନରୁ ୪ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ
ଜୟପୁର: ଦେଶର ବିଭିନ୍ନ ରାଜ୍ୟକୁ ଡେଇଁ ଚାଲିଲାଣି ନୂଆ କରୋନା ଭାରିଏଣ୍ଟ୍ ଓମିକ୍ରନ୍। ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ରାଜସ୍ଥାନ ଜୟପୁରରେ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କିଛି ଦିନ ପୂର୍ବରୁ ଚାରିଜଣ ବିଦେଶକୁ ଫେରିଥିଲେ। ସେମାନଙ୍କ ସାମ୍ପଲ ଜିନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ସମସ୍ତ ୪ଜଣଙ୍କ ନିକଟରେ ଓମିକ୍ରନ ଭାରିଆଣ୍ଟ ଥିବା ଜଣାପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ପରୀକ୍ଷା ଆରମ୍ଭ ହୋଇଛି । ସମସ୍ତ ଓମିକ୍ରମ ସଂକ୍ରମିତଙ୍କୁ ଆରୟୁଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇନଥିବାବେଳେ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ।ଏହାପୂର୍ବରୁ ଜୟପୁରରେ ୯ ଜଣ ଓମିକ୍ରନ ପ୍ରଜାତିରେ ସଂକ୍ରମିତ ହୋଇଥିଲେ । ଦକ୍ଷିଣ ଆଫ୍ରିକା ଫେରନ୍ତା ୪ଜଣଙ୍କ ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୫ଜଣଙ୍କୁ ମିଶାଇ ମୋଟ ୯ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ସମସ୍ତ ୯ ଜଣ ଓମିକ୍ରନ ଭୂତାଣୁରେ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା । ଆକ୍ରାନ୍ତଙ୍କ ମଧ୍ୟରେ ୩ ଶିଶୁ ମଧ୍ୟ ରହିଥିଲେ । ପ୍ରକାଶ ଥାଉ କି ଗତକାଲି ଆନ୍ଧ୍ର ପ୍ରଦେଶ ଓ ହରିୟାଣାରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।




admin 