୧୩ ଲକ୍ଷ ନକଲି ଟଙ୍କା ଜବତ, ୬ ଗିରଫ
୧୩ ଲକ୍ଷ ନକଲି ଟଙ୍କା ଜବତ, ୬ ଗିରଫ
ସମ୍ବଲପୁର: ପୁଳା ପୁଳା ଟଙ୍କା ଜବତ । ମୋଟ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଲା ଯେ ଜବତ ଟଙ୍କା ଅସଲି ନୁହେଁ, ସବୁ ନକଲି । ସମ୍ବଲପୁର ପୁଲିସ ଦ୍ୱାରା ନକଲି ଟଙ୍କା ତିଆରି ଗ୍ୟାଙ୍ଗ ଧରାପଡ଼ିଛନ୍ତି । ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନକଲି ନୋଟ ଜବତ କରାଯାଇଛି । ଟଙ୍କା ପ୍ରସ୍ତୁତ ମେସିନ ଓ କାଗଜ ମଧ୍ୟ ଜବତ କରାଯାଇଛି ।
ତେବେ ଉକ୍ତ ଗ୍ୟାଙ୍ଗ କେବେ ଠାରୁ ଏଭଳି କାରବାର ଚଳାଇ ଆସୁଛନ୍ତି ଓ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ପୁଲିସ ତା’ର ଖୋଳତାଡ଼ କରୁଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ୭ ଦିନ ପୂର୍ବେ ଲକ୍ଷ୍ମୀ ଟକିଜ ଛକରେ ଏକ ଚା’ ଦୋକାନରୁ ଗୋଟିଏ ନକଲି ନୋଟ୍ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ୍ ଛାନ୍ଭିନ୍ କରୁ କରୁ ଛତିଶଗଡ଼ରୁ ନକଲି ନୋଟ୍ ବରଗଡ଼ ଦେଇ ସମ୍ବଲପୁରକୁ ଆସୁଥିବା ଜଣାପଡ଼ିଥିଲା । ଛତିଶଗଡ଼କୁ ବାଂଲାଦେଶରୁ ନକଲି ନୋଟ୍ ଆସୁଥିବା ବେଳେ ଭେଡେନ୍ ଦେଇ ବରଗଡ଼କୁ ପଶୁଥିଲା । ତେବେ ବରଗଡ଼ର ଭୁକ୍ତା ଦେଇ ଏହି ନୋଟ୍ ସମ୍ବଲପୁର ବଜାରକୁ ଆସୁଥିବା ତଦନ୍ତରୁ ଜଣାପଡ଼ିଥିଲା । ସୂଚନା ପାଇ ସମ୍ବଲପୁର ପୁଲିସ୍ ୨ଟି ଟିମ୍ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଦୀର୍ଘ ୬ ଦିନ ପରେ ସମ୍ବଲପୁର ପୁଲିସ୍କୁ ଏହି ମିସନରେ ବଡ଼ ଧରଣର ସଫଳତା ମିଳିଛି ।




admin 