ସୋଲାର ପ୍ଲେଟ ଚୋରି,ଦୁଇ ଗିରଫ
ସୋଲାର ପ୍ଲେଟ ଚୋରି,ଦୁଇ ଗିରଫ
ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ମହଲେଇ ନିକଟ କୁକୁରଖାଇରୁ ସୋଲାର ପ୍ଲେଟ ଚୋରି କରୁଥିବା ବେଳେ ସିକ୍ୟୁରିଟି ହାତରେ ଧରା ପଡିଲେ ୨ ଯୁବକ। ସୋଲାର କର୍ମଚାରୀ ଏହି ଯୁବକଙ୍କୁ କାବୁ କରି ଦେଓଗାଁ ଥାନାରେ ଜିମା ଦେଇଛନ୍ତି। ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।
ଅଭିଯୁକ୍ତମାନଙ୍କ ଠାରୁ ବାଇକ, ଅଟୋ ଓ ଦୁଇଟି ସୋଲାର ପ୍ଲେଟ ଜବତ କରିଛି ପୋଲିସ। ତେବେ ଏହି ଘଟଣାରେ ଅନ୍ୟ ସଂପୃକ୍ତ ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ଏହା ସହ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନଧିକାରୀ ବାମଦେବ ମଙ୍ଗୁଆଲ ସୂଚନା ଦେଇଛନ୍ତି।




admin 