ୟୁପି ମହିଳାଙ୍କ ଅଭିଯୋଗ, ବିଜେପି ବିଧାୟକଙ୍କ ଦ୍ୱାରା ମାସେ ଧରି ଦୁଷ୍କର୍ମର ଶିକାର

ୟୁପି ମହିଳାଙ୍କ ଅଭିଯୋଗ, ବିଜେପି ବିଧାୟକଙ୍କ ଦ୍ୱାରା ମାସେ ଧରି ଦୁଷ୍କର୍ମର ଶିକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହିରେ ଜଣେ ମହିଳା ବିଜେପି ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ବିଜେପି ବିଧାୟକ ରବିନ୍ଦ୍ରନାଥଙ୍କ ସମେତ ଅନ୍ୟ ୬ ଜଣଙ୍କ ଦ୍ୱାରା ସେ ଲଗାତାର ମାସେ ପର୍ଯ୍ୟନ୍ତ ଦୁଷ୍କର୍ମର ଶିକାର ହୋଇଥିଲେ । ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ବିଧାୟକଙ୍କ ପୁତୁରା ତାଙ୍କୁ ଭଦୋହିର ଏକ ହୋଟେଲରେ ରଖିଥିଲା ଏବଂ ସେଠାରେ ସେ ବିଧାୟକ ଏବଂ ଅନ୍ୟ ୬ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଅଭିଯୋଗ ହୋଇଛି ।