ୟୁପିରେ ଆରଏଲଡି-ସପା ମେଣ୍ଟ !

ୟୁପିରେ ଆରଏଲଡି-ସପା ମେଣ୍ଟ !

ୟୁପିରେ ଆରଏଲଡି-ସପା ମେଣ୍ଟ !

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆରଏଲଡି (ରାଷ୍ଟ୍ରୀୟ ଲୋକ ଦଳ) ଓ ସମାଜବାଦୀ ପାର୍ଟି (ସପା) ମଧ୍ୟରେ ମେଣ୍ଟ ଚୂଡାନ୍ତ ହୋଇଛି । ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନଥିଲେ ସୁଦ୍ଧା ଆରଏଲଡି ଏବଂ ସପା ଏକାଠି ନିର୍ବାଚନ ଲଢ଼ିବେ ବୋଲି ଆରଏଲଡି ସଭାପତି ଜୟନ୍ତ ସିଂହ ଚୌଧୁରୀ ସ୍ପଷ୍ଟ କରିଛନ୍ତି । ଲକ୍ଷ୍ନୌର ଉପରୋକ୍ତ ୨ ନେତା ସାକ୍ଷାତ କରିଥିଲେ । ଜୟନ୍ତ ସିଂହ ଚୌଧୁରୀ କହିଛନ୍ତି, ଅଖିଳେଶଙ୍କ ସହ ଆସନ ବୁଝାମଣା ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଏ ନେଇ ବିଧିବଦ୍ଧ ଘୋଷଣା ହେବ । ରିପୋର୍ଟରୁ ଜଣାପଡିଛି ଯେ, ଆରଏଲଡି ୬୦ ଆସନରେ ଲଢ଼ିବାକୁ ଚାହୁଁଥିବା ବେଳେ ସପା ୩୦ଟିରୁ ଅଧିକ ଦେବାକୁ ଚାହୁଁନାହିଁ ।