ବସ ଦୁର୍ଘଟଣା, ଜିଅନ୍ତା ଜଳିଗଲେ ୧୨ ଶିଶୁଙ୍କ ସହ ୪୬ ଯାତ୍ରୀ
ବସ ଦୁର୍ଘଟଣା, ଜିଅନ୍ତା ଜଳିଗଲେ ୧୨ ଶିଶୁଙ୍କ ସହ ୪୬ ଯାତ୍ରୀ
ସୋଫିୟା: ପଶ୍ଚିମ ବୁଲଗେରିଆରେ ରାଜଧାନୀ ସୋଫିଆଠାରୁ ୪୫ କିମି ଦୂର ଷ୍ଟ୍ରୋମା ଜାତୀୟ ରାଜପଥରେ ଦିନ ୨ଟାରେ ଏକ ବସ ଯାଉଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ବସରେ ଥିବା ୧୨ ଶିଶୁଙ୍କ ସହ ୪୬ ଯାତ୍ରୀ ନିଆଁରେ ପୋଡି ଯାଇ ମୃତୁ୍ୟବରଣ କରିଛନ୍ତି । ବସରୁ ଡେଇଁ ଜୀବନ ବଞ୍ଚାଇଥିବା ଅଧାଜଳା ୭ ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ସୋଫିଆର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ମଧ୍ୟ ପ୍ରାଥମିକ ଅନୁମାନ କରାଯାଉଛି ବସଟି ଜାତୀୟ ରାଜପଥରେ ଯାଉଥିବା ବେଳେ କୌଣସି ବସ୍ତୁ ସହ ଧକ୍କା ହୋଇ ନିଆଁ ଲାଗିଛି । ଡ୍ରାଇଭର ଜାଣିବା ବେଳକୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା । ତେଣୁ ବସରେ ଥିବା ଯାତ୍ରୀମାନଙ୍କୁ ବାହାର କରିବା ସମ୍ଭବ ହୋଇନଥିଲା । କିଛି ଯାତ୍ରୀ ଜୀବନ ବିକଳରେ ଝରକା କାଚ ଭାଙ୍ଗି ବାହାକୁ ଡେଇଁ ପଡିଥିଲେ । ଏହି ଦୁର୍ଘଟଣା ପରେ ବୁଲଗେରିଆର କାମଚଳା ପ୍ରଧାନମନ୍ତ୍ରୀ ଷ୍ଟିଫେନ ୟାନେଭ, ଗୃହମନ୍ତ୍ରୀ ଚାଁୟକୋ ରସ୍କୋଭଙ୍କ ସମେତ ସମଗ୍ର ଦେଶରେ ଶୋକ ପ୍ରକାଶ ପାଇଛି ।




admin 