ହ୍ୱାଟ୍ସଅପ ବ୍ୟବହାର କରୁଛନ୍ତି କି, ଜାଣନ୍ତୁ କଣ ସବୁ ନୂଆ ନିୟମ ଆସିଛି
ହ୍ୱାଟ୍ସଅପ ବ୍ୟବହାର କରୁଛନ୍ତି କି, ଜାଣନ୍ତୁ କଣ ସବୁ ନୂଆ ନିୟମ ଆସିଛି
admin
Jan 8, 2021 - 11:50
Updated: Jan 8, 2021 - 11:50
ହ୍ୱାଟ୍ସଅପ ତାହାର ପ୍ରାଇଭେସୀ ଟର୍ମ ଓ ପଲିସି ବଦଳାଇବାକୁ ଯାଉଛି । ହ୍ୱାଟ୍ସଆପ ୟୁଜର୍ସ ବା ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଣୁ ସମସ୍ତ ୟୁଜର୍ସଙ୍କୁ ପପଅପ୍ ମେସେଜ ପଠାଇ ଅନୁମତି ଲୋଡୁଛି । ଯଦି ଆପଣ ହ୍ୱାଟ୍ସଅପ ଚଳାଇବାକୁ ଚାହୁଁଛନ୍ତି ତାହେଲେ ତାହାର ସର୍ତରେ ରାଜି ହେବାକୁ ପଡିବ, ନହେଲେ ଆପଣଙ୍କୁ ହ୍ୱାଟ୍ସଅପ ଆକାଉଣ୍ଟ ଛାଡିବାକୁ ପଡିବ ।
ହ୍ୱାଟ୍ସଆପ ସବୁବେଳେ ଏହାର ବ୍ୟବହାରକାରୀଙ୍କୁ କହି ଆସୁଥିଲା, ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କଂପାନୀ ସବୁ ବେଳେ ସମ୍ମାନ କରେ । ସେଥିପାଇଁ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନର ଗ୍ୟାରେଂଟି ମଧ୍ୟ ଦେଉଥିଲା । କିନ୍ତୁ ଆଉ ଏକ ମାସ ଭିତରେ ହ୍ୱାଟସଆପ ବଦଳିବାକୁ ଯାଉଛି । ଆଉ ସେହି ଗୋପନୀୟତା ମିଳିବ ନାହିଁ । ରାଜି ଥିଲେ ଆପଣ ହ୍ୱାଟ୍ସଅପରେ ରହିବେ କିମ୍ବା ଫେବୃୟାରୀ ୮ ତାରିଖରୁ ଆପଣଙ୍କୁ ହ୍ୱାଟ୍ସଅପ ଆକାଉଂଟ ଛାଡିବାକୁ ପଡିବ ।
ସୋସିଆଲ ମିଡିଆ ଫେସବୁକ ନୂଆ ବର୍ଷ ଅବସରରେ ତାହାର ଇନଷ୍ଟାଂଟ ମେସେଜିଂ ଆପ ହ୍ୱାଟ୍ସଆପର ପ୍ରାଇଭେସି ପଲିସିକୁ ଅପଡେଟ କରିଛି । ଏବେ ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଖକୁ କମ୍ପାନୀ ଏଭଳି ପପଅପ୍ ମ୍ୟାସେଜ ପଠାଉଛି । ମ୍ୟାସେଜରେ ଦୁଇଟି ବିକଳ୍ପ ରହିଛି ଗୋଟିଏ ଆପଣ ନୂଆ ପ୍ରାଇଭେସି ପଲିସିକୁ ଗ୍ରହଣ କରିବେ କିମ୍ବା ନିଜ ହ୍ୱାଟସଆପ ଆକାଉଂଟକୁ ଡିଲିଟ କରିଦେବେ । ହ୍ୱାଟ୍ସଆପର ନୂଆ ପିଲିସିରେ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଫେସବୁକ ଓ ଫେସବୁକ ଅନ୍ୟ କଂପାନୀକୁ ସେୟାର କରିବ । ଏପରି ହେଲେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସାଧାରଣକୁ ଆସିଯିବାର ଭୟ ରହିଛି ।
ପୂର୍ବରୁ ମଧ୍ୟ ହ୍ୱାଟ୍ସଆପ୍ ଫେସବୁକ ଓ ଥାର୍ଡ ପାର୍ଟି ଆପ ସହ ୟୁଜର୍ସଙ୍କ ଡାଟା ସେୟାର କରୁଥିଲା । ହେଲେ ଏବେ ବ୍ୟବହାରକାରୀଙ୍କ ଅନୁମତି ଲୋଡି ହ୍ୱାଟ୍ସଆପ୍ ଆଇନ ସମ୍ମତ ଭାବେ ତାହା କରିବାକୁ ଯାଉଛି ।
ହ୍ୱାଟ୍ସଆପ ଆପଣଙ୍କ କେଉଁ ତଥ୍ୟ ଫେସବୁକ ଓ ଥାର୍ଡ ପାର୍ଟି ଆପକୁ ସେୟାର କରିବଟ୍ଟଫୋନ ନମ୍ବର, ସେବା ସମ୍ପର୍କିତ ସୂଚନା, ମୋବାଇଲ୍ ଡିଭାଇସ ସମ୍ପର୍କିତ ସୂଚନା, ଆଇପି ଆଡ୍ରେସ । ନୂଆ ପ୍ରାଇଭେସୀ ଟର୍ମ ଓ ପଲିସିକୁ ଆସେପ୍ଟ ବା ଗ୍ରହଣ କରିବାକୁ ବ୍ୟବହାରକାରୀଙ୍କୁ ଫେବୃୟାରୀ ୮ ତାରିଖ ଯାଏଁ ସମୟ ଦେଇଛି ହ୍ୱାଟ୍ସଆପ । ଏହି ସମୟ ଭିତରେ ଯେଉଁ ୟୁଜର୍ସ ନୂଆ ଟର୍ମ ଓ ପଲିସିକୁ ଆସେପ୍ଟ କରିବେ ନାହିଁ, କମ୍ପାନୀ ସେମାନଙ୍କ ହ୍ୱାଟ୍ସଆପ ଆକାଉଣ୍ଟକୁ ଡିଲିଟ୍ କରିଦେବ ।