ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପଶୁଙ୍କ ଠୁ ଅଧିକ ଗନ୍ଧାଏ ମଣିଷ
ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପଶୁଙ୍କ ଠୁ ଅଧିକ ଗନ୍ଧାଏ ମଣିଷ
admin
Feb 5, 2021 - 13:11
Updated: Feb 5, 2021 - 13:11
ଅନ୍ୟ ପ୍ରାଣୀଙ୍କ ତୁଳନାରେ ମଣିଷ ଅଧିକ ଗନ୍ଧାଏ । ପ୍ରାପ୍ତ ବୟସ୍କ ଝାଳୁଆ ସ୍ତ୍ରୀ ଓ ପୁରୁଷଙ୍କ ଶରୀର ଗନ୍ଧ ସବୁଠାରୁ ଅଧିକ । ମଣିଷ ଶରୀର ପ୍ରତିଟି ଅଙ୍ଗ ଦୁର୍ଗନ୍ଧଯୁକ୍ତ: ପ୍ରାଣୀଙ୍କର କେତେକ ନିର୍ଦ୍ଧିଷ୍ଟ ଅଙ୍ଗ କେବଳ ନିର୍ଦ୍ଧିଷ୍ଟ ସମୟରେ ଗନ୍ଧାଏ । ମଣିଷ ଶରୀରରେ ବାସ କରୁଥିବା ଜୀବାଣୁ ଆଦି ମଧ୍ୟ ଶରୀରରେ ଦୁର୍ଗନ୍ଧକୁ ପ୍ରଭାବିତ କରିଥାନ୍ତି । ମଣିଷ ଶରୀର ଏହି ଦୁର୍ଗନ୍ଧ ପାଇଁ ହିଁ ଅନୁ୍ୟନ ଦୁଇଟି ପ୍ରଜାତିର ମଶା ଆକର୍ଷିତ ହୋଇଥାନ୍ତି । ମଣିଷର ଏହି ଗନ୍ଧ ରହସ୍ୟ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିଲେ ମାଲେରିଆ ଓ ପୀତ ଜ୍ୱର ପରି ରୋଗର ପ୍ରସାରକୁ ରୋକାଯାଇପାରିବ । ଆମ ଚର୍ମ ଉପରେ ବାସ କରୁଥିବା ଜୀବାଣୁମାନେ ନିଜର ଜୀବନ ପାଇଁ ଆମର ଝାଳକୁ ବ୍ୟବହାର କରନ୍ତି । ଏହାର ପରିଣାମ ସ୍ୱରୂପ ଚର୍ମ ଉପରେ ବିଭିନ୍ନ ଦୁର୍ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଜମାଟ ବାନେ୍ଧ । ଆଉ ବାରମ୍ବାର ସଫା ହେବା ମଣିଷ ପକ୍ଷେ ସମ୍ଭବ ନୁହେଁ, ତେଣୁ ମଣିଷ ଅଧିକ ଗନ୍ଧାଏ ।