ହୋଲି ଅଘଟଣା, ପାଣିରେ ବୁଡ଼ି ୫ ମୃତ
ହୋଲି ଅଘଟଣା, ପାଣିରେ ବୁଡ଼ି ୫ ମୃତ
ଭୁବନେଶ୍ୱର : ହୋଲି ଖେଳିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଦୁଇଟି ପୃଥକ ସ୍ଥାନରେ ହୋଲି ଖେଳି ସାରି ଗାଧୋଇବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଇନ୍ଦ୍ରାବତୀ ନଦୀରେ ଗାଧୋଉଥିବାବେଳେ ୨ ଜଣ ଯୁବକ ବୁଡ଼ି ଯାଇଛନ୍ତି । କୋରାପୁଟ ଜିଲ୍ଲା କୋଟପାଡ଼ର ବଣିଆ ଘାଟ ଠାରେ ଏହି ଅଘଟଣ ଘଟିଛି । ଅପରପକ୍ଷରେ କଟକର ନୂଆ କୋରୁଆଁ ଘାଟରେ ବି ହୋଲି ଖେଳି ସାରିବା ପରେ ଗାଧୋଉଥିବାବେଳେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ସେହିପରି ସମ୍ବଲପୁର ଜିଲ୍ଲା ଭେଡେନ୍ ନଦୀରେ ବୁଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।
ହୋଲି ଖେଳି ସାରିବା ପରେ ଯୁବକମାନେ ରଙ୍ଗ ଓ ଅବିରରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲେ । ତେଣୁ ରଙ୍ଗ ଛଡ଼ାଇବା ପାଇଁ ସେମାନେ ନଦୀରେ ଗାଧୋଉଥିଲେ । କିନ୍ତୁ ହୋଲି ଭଳି ଭଲ ଦିନରେ ମୃତ୍ୟୁବି ତାଙ୍କୁ ଅନାଇ ବସିଥିଲା । ନଦୀରେ ଗାଧୋଇବା ବେଳେ ଅସାବଧନତା ବଶତଃ ଗୋଡ଼ ଖସିଯିବାରୁ ସେମାନେ ଭାସି ଯାଇଥିଲେ । ସୁଅରେ ପଡ଼ିଯିବାରୁ ସେମାନେ ଚେଷ୍ଟା କଲେବି ପହଁରିକି ଆସିପାରିନଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।
ଗତକାଲି ମଧ୍ୟ ଏହାଠାରୁ ବଡ଼ ଅଘଟଣ ଘଟିଥିଲା । ଖରସ୍ରୋତା ନଦୀରେ ଖେଳୁଥିବାବେଳେ ଯୁବକମାନେ ପାଣିରେ ଭାସି ଯାଇଥିଲେ । ଇତିମଧ୍ୟରେ ୪ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।




admin 