ହାତ କାଟିଲେ ବିଜେପି ସାଂସଦଙ୍କ ବୋହୂ

ହାତ କାଟିଲେ ବିଜେପି ସାଂସଦଙ୍କ ବୋହୂ

ହାତ କାଟିଲେ ବିଜେପି ସାଂସଦଙ୍କ ବୋହୂ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜେପି ସାଂସଦ କୌଶଳ କିଶୋରଙ୍କ ପରିବାରରେ ପୁଣି ଏକ ନୂଆ ଡ୍ରାମା ହୋଇଛି । କୌଶଳ କିଶୋରଙ୍କ ବୋହୂ ଅଙ୍କିତା ସିଂହ ତାଙ୍କ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସକାଳେ ଅଙ୍କିତା ସାଂସଦ କୌଶଳ କିଶୋରଙ୍କ ଘର ବାହାରେ ପହଞ୍ଚି ତାଙ୍କ ହାତ କାଟି ଦେଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିଲା ତେବେ ଅଙ୍କିତା ଏ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସ୍ୱାମୀ ଆୟୁଷ ଏବଂ ତାଙ୍କ ପରିବାର ସଦଦ୍ୟଙ୍କ ଦ୍ୱାରା ସେ କିଭଳି ନିର୍ଯାତିତ ହୋଇଛନ୍ତି ଏହି ବିଷୟରେ ସେ ଭିଡିଓ ମାଧ୍ୟମରେ କହିଛନ୍ତି ।