ସ୍ୱାମୀଙ୍କ ସାମନାରେ ମହିଳାଙ୍କୁ ଗଣଦୁଷ୍କର୍ମ

ସ୍ୱାମୀଙ୍କ ସାମନାରେ ମହିଳାଙ୍କୁ ଗଣଦୁଷ୍କର୍ମ

ସ୍ୱାମୀଙ୍କ ସାମନାରେ ମହିଳାଙ୍କୁ ଗଣଦୁଷ୍କର୍ମ
କୋଟା: ରାଜସ୍ଥାନର ବାରନ ଠାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସାମନାରେ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ପୁଲିସ ସୂଚନା ଅନୁସାରେ ଗତ ଶନିବାର ବାଲାଜି ମନ୍ଦିରରେ ଦର୍ଶନ ସାରି ପୀଡ଼ିତା ଜଣକ ତାଙ୍କ ସ୍ୱାମୀଙ୍କ ସହ ରାତିରେ ବାଇକରେ ବାରନ ଆତ୍ରୁ ରାଜ୍ୟ ରାଜପଥରେ ନିଜ ଘରକୁ ଫେରୁଥିଲେ । ବାଟରେ ସେମାନଙ୍କୁ ପାଞ୍ଚ ଜଣ ଯୁବକ ଅଟକାଇଥିଲେ । ଅଭିଯୁକ୍ତମାନେ ଉକ୍ତ ଦମ୍ପତିଙ୍କୁ ନିକଟ ଅଟକାଇଥିଲେ । ଅଭିଯୁକ୍ତମାନେ ଉକ୍ତ ଦମ୍ପତିଙ୍କୁ ନିକଟ କ୍ଷେତକୁ ଟାଣ ନେଇ ସେଠାରେ ସ୍ୱାମୀଙ୍କୁ ବାନ୍ଧିଦେବା ସହ ଜଣକ ପରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ବୟାନ ରେକର୍ଡ କରିଛି ।