ହାତୀ କି ମେସିନ କଥା କହିନଥିଲେ ସାଲଭେ ।
ହାତୀ କି ମେସିନ କଥା କହିନଥିଲେ ସାଲଭେ ।
admin
Jun 18, 2020 - 08:38
Updated: Jun 18, 2020 - 08:38
ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି । ତେବେ କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।ରଥଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ହିଁ ନିଜେ କ୍ଷମା କରିବେନି ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିଛନ୍ତି । କରୋନା ପାଇଁ ଜୁନ ୨୩ରେ ହେବାକୁ ଥିବା ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରହିବ । ଜୋରସୋରରେ ରଥ ନିର୍ମାଣ ଚାଲିଥିବା ବେଳେ ଏପରି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ଭାବାବେଗକୁ ଗଭୀର ଆଘାତ ଦେଇଛି ।
ବହୁ ନାମକରା ଓକିଲ ରଥ ମାମଲା ଲଢୁଥିଲେ । ସୁପ୍ରିମକୋର୍ଟର ବହୁ ଜଣାଶୁଣା ଓକିଲ ମାମଲାରେ ଲଢୁଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଲଢୁଥିବାବେଳେ ଓଡ଼ିଶା ବିକାଶ ପରିଷଦ ପାଇଁ ମୁକୁଲ ରୋହତଗି ଲଢୁଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିଲେ ଏସଜି ତୁଷାର ମେହେଟ୍ଟା ।
ଏହାରି ଭିତରେ ଜଣେ ପକ୍ଷଙ୍କ ଲଢୁଥିବା ଓକିଲ ହିିତେନ୍ଦ୍ର ରଥ ଏକ ଗୁରୁତ୍ୱ ପୂର୍ଣ୍ଣ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ହରିଶ ସାଲଭେ କ’ଣ ଯୁକ୍ତି ରଖିଥିଲେ ସେ ନେଇ ଓକିଲ ଜିତେନ୍ଦ୍ର ରଥ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଗହଳି ହେଲେ କରୋନା ବ୍ୟାପିବା ସମ୍ଭାବନା ଥିବା ସାଲଭେ କହିଥିଲେ । ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ଉପୁଜିବାରେ ବୋଲି ହରିଶ ସାଲଭେ କହିଥିଲେ । ତେବେ ହାତୀ କି ମେସିନ ଦ୍ୱାରା ରଥ ଟଣା କଥା ଆଦୌ କହିନଥିଲେ । ରଥ ଟଣା ବିକଳ୍ପ ବିଷୟରେ ସାଲଭେ ଆଦୌ କିଛି କହିନଥିଲେ ବୋଲି ଓକିଲ ହିିତେନ୍ଦ୍ର ରଥ ସୂଚନା ଦେଇଛନ୍ତି ।