ଭାରତ-ଚୀନ ସୀମା ବିବାଦ, ୫ ପ୍ରମୁଖ ଚୁକ୍ତି ବିଫଳ ।

ଭାରତ-ଚୀନ ସୀମା ବିବାଦ, ୫ ପ୍ରମୁଖ ଚୁକ୍ତି ବିଫଳ ।

ଭାରତ-ଚୀନ ସୀମା ବିବାଦ, ୫ ପ୍ରମୁଖ ଚୁକ୍ତି ବିଫଳ ।
ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ୫ଟି ପ୍ରମୁଖ ଚୁକ୍ତି ସ୍ୱାକ୍ଷର ହେବା ସହ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ମଧ୍ୟ ଗ୍ରହଣ ହୋଇଥିଲା । କିନ୍ତୁ ସବୁ ଚୁକ୍ତି ଓ କଥାବାର୍ତ୍ତା ବିଫଳ ହୋଇଛି । ବିର୍ତ୍ତମାନ ଏଲଏସିରେ ଯେଉଁ ସ୍ଥିତି ଉପୁଜିଛି ତାହା ହେଉଛି ତାର ଜ୍ୱଳନ୍ତ ଉଦାହରଣ । କୂଟନୀତିଜ୍ଞ ଓ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଚୁକ୍ତିଗୁଡ଼ିକ ଅତି ମାତ୍ରାରେ ଚୀନ ସପକ୍ଷରେ ଯାଉଛି ଏବଂ ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଏହା କୌଣସି ସୁଫଳ ଦେଉନି । ସୀମାକୁ ନେଇ ଉଭୟ ଭାରତ ଏବଂ ଚୀନ ଭିନ୍ନ ମତ ରଖୁଛନ୍ତି । ଫଳରେ ଉଭୟଙ୍କ ମଧ୍ୟରେ ସୀମା ବିବାଦ ଜଟିଳ ହେବାରେ ଲାଗିଛି । ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଏବଂ ଚୀନ ୫ଟି ଚୁକ୍ତି ସ୍ୱାକ୍ଷର କରିଥିଲେ । ଏଲଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ୧୯୯୩ ରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଏଲଏସି ସ୍ଥିତ ସାମରିକ କ୍ଷେତ୍ରରେ ବିଶ୍ୱାସକୁ ଅଧିକ ସୁଦୃଢ଼ କରିବା ପାଇଁ ୧୯୯୬ ସିବିଏମ (କନଫିଡେନ୍ସ ବିଲ୍ଡିଙ୍ଗ ମେଜର) ଚୁକ୍ତି ସମ୍ପନ୍ନ ହୋଥିଲା । ଏଲଏସି ସ୍ଥିତ ସାମରିକ କ୍ଷେତ୍ରରେ ସିବିଏମକୁ ବିସ୍ତୃତ ଭାବେ କାର୍ଯ୍ୟକାରୀ କରିବା ପାଇଁ ୨୦୦୫ ରେ ପ୍ରୋଟକଲ ପ୍ରସ୍ତୁତ ହୋଇଥିଲା । ସେହିପରି ଅନ୍ୟ ୨ଟି ଚୁକ୍ତି ହେଉଛି ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ କାର୍ଯ୍ୟପ୍ରଣାଳୀ ସୃଷ୍ଟି କରିବାକୁ ୨୦୧୨ ଚୁକ୍ତ ଓ ୨୦୧୩ ସୀମା ସୁରକ୍ଷା ସହଯୋଗ ଚୁକ୍ତି । ଉପରୋକ୍ତ ୫ ଚୁକ୍ତି ବାଦ ଭାରତ ଓ ଚୀନ ରାଜନୈତିକ ପ୍ରତିନିଧିଙ୍କୁ ନେଇ ୧୯୮୦ ଦଶକରେ ଜେଡବ୍ଲ୍ୟୁଜି (ଜଏଣ୍ଟ ୱାର୍କିଂ ଗ୍ରୁପ) ଗଠନ ହୋଇଥିଲା । ଏନଏସଏ ଅଜିତ ଡୋଭାଲ ମଧ୍ୟ ସୀମା ବିବାଦର ସମାଧାନ ପାଇଁ ନିଜ ଆଡୁ ଆଲୋଚନା କରିଛନ୍ତି । କିନ୍ତୁ ସବୁଥିରେ ନିରାଶ ହେବାକୁ ପଡ଼ିଛି । ଚୀନକୁ ତା’ର ଭାଷାରେ ହିଁ ଜବାବ ଦେବା ଦରକାର ବୋଲି ଏବେ ବରିଷ୍ଠ କୂଟନୀତିଜ୍ଞ ମତ ଦେଇଛନ୍ତି ।