ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ
ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣ ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ପଦ୍ମପୁର ସହର ସ୍ବସ୍ତିକ ନଗର ରଜାପଡାର ଦ୍ବାରିକାନାଥ ପାଣ୍ତେ, ପୁଅ ମଲେଇ ପାଣ୍ତେ, ନାତି ଚିଣ୍ଟୁ ପାଣ୍ତେ ଏବଂ ବାଜେନମୁଣ୍ତା ଗ୍ରାମର ସେମାନଙ୍କ ସାଗର ସାହୁଙ୍କର ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ୨ ପଟ ହାତୀ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇ ଥିଲା। ଖବର ପାଇ ପଦ୍ମପୁର ବନ ବିଭାଗ ଓ ପଦ୍ମପୁର ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ଯାଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣା ଟି ପଦ୍ମପୁର ସହର ପାଖରେ ହାତୀ ଉପଦ୍ରବ ନ ହୋଇଥିବା ବେଳେ ହଠାତ୍ ଏପରି ହାତୀର ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।