ହାଇଦ୍ରାବାଦରେ ଗ୍ୟାସ ଲିକ ହୋଇ ୧୦ ମୃତ, ୫ ହଜାର ଅସୁସ୍ଥ

ହାଇଦ୍ରାବାଦରେ ଗ୍ୟାସ ଲିକ ହୋଇ ୧୦ ମୃତ, ୫ ହଜାର ଅସୁସ୍ଥ

ହାଇଦ୍ରାବାଦରେ ଗ୍ୟାସ ଲିକ ହୋଇ ୧୦ ମୃତ, ୫ ହଜାର ଅସୁସ୍ଥ
ବିଶାଖାପାଟଣାରେ ଗ୍ୟାସ ଲିକ ଯୋଗୁଁ ମୃତୁ୍ୟ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଯେତେବେଳେକି ପ୍ରାୟ ୫ ହଜାର ଲୋକ ଏହାଦ୍ୱାରା ପ୍ରଭାବିତ ହୋଇ ଅସୁସ୍ଥ ହୋଇପଡ଼ିଛନ୍ତି । ଅପରପକ୍ଷରେ ନିକଟସ୍ଥ ଅଂଚଳରୁ ପ୍ରାୟ ଦେଢ଼ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ଗତକାଲି ରାତି ୩ଟାରେ ଆରଆର ଭେଙ୍କେଟପୁରମ ନିକଟରେ ଥିବା ଏଲଜି ପଲିମରରେ ଗ୍ୟାସ ଲିକ ହୋଇଥିଲା । ଏହି ଦୁର୍ଘଟଣା ଆଖପାଖ ଅଂଚଳର ୩ କିମି ଅଂଚଳକୁ ପ୍ରଭାବିତ କରିଛି । ଲୋକମାନେ ରାସ୍ତାରେ ଅଚେତ ଅବସ୍ଥାରେ ଦେଖିବାକୁ ମିଳୁଛନ୍ତି । ସେହିପରି ସେମାନଙ୍କ ଦେହ ହାତ ଫଳି ଯାଇଥିବାବେଳେ ଆଖିରେ ପ୍ରବଳ ଜଳାପୋଡ଼ା ହେଉଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରିଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ବି ଆଲୋଚନା କରିଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବହୁ ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଁଚିଛନ୍ତି । ଡାକ୍ତରଖାନାରେ ଅସୁସ୍ଥମାନଙ୍କ ଚିକିତ୍ସା ଚାଲିଛି । ୨ ବରିଷ୍ଠ ନାଗରିକଙ୍କ ସମେତ ଜଣେ ୮ ବର୍ଷର ଝିଅ ବି ମୃତୁ୍ୟବରଣ କରିଛି ।