ବିଧାୟକ/ବୀଧାୟିକାଙ୍କ ଟ୍ରେନିଂ ଆରମ୍ଭ
ବିଧାୟକ/ବୀଧାୟିକାଙ୍କ ଟ୍ରେନିଂ ଆରମ୍ଭ
admin
Sep 13, 2019 - 06:12
Updated: Sep 13, 2019 - 06:12
ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ବିଧାୟକ/ବୀଧାୟିକାଙ୍କ ଟ୍ରେନିଂ ଆରମ୍ଭ ହୋଇଛି । ବିଧାନସଭା କମିଟି ବ୍ୟବସ୍ଥା ଓ ବୈଧାନିକ ଉପରେ ବିଧାୟକ/ବୀଧାୟିକାଙ୍କ ଟ୍ରେନି ଦିଆଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବାଚସ୍ପତି ଓ ବିରୋଧୀ ଦଳ ନେତା ଉପସ୍ଥିତ ଅଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକ ଓ ବିଧାୟିକାଙ୍କୁ ଫୋକସ କରାଯାଇଛି । ଲୋକସଭା ସଚିବାଳୟ ଅଧିକାରୀମାନଙ୍କ ଦ୍ୱାରା ସେମାନଙ୍କୁ ଟ୍ରେନିଂ ଦିଆଯାଉଛି । ବିଧାନସଭାରେ କିପରି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି ।
ଆଜି ପ୍ରଥମ ଦିନରେ ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଏଥିସହ ସଂସଦୀୟ ବିଶେଷାଧିକାର ପ୍ରଥା, ପରମ୍ପରା ଓ ଶିଷ୍ଟାଚାର ସମ୍ପର୍କରେ ବିଧାୟକ ଓ ବିଧାୟିକାମାନେ ତାଲିମ ନେବେ । ସେହିପରି ଆସନ୍ତାକାଲି ଦ୍ୱିତୀୟ ଦିନରେ ବିଧାନସଭାର ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି । ଏହି ଅବସରରେ ଗୃହରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶ୍ନ ଉପସ୍ଥାପନର ପ୍ରକ୍ରିୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ରହିଛି ।