ରେଡ ଜୋନକୁ ଗଲା ଗଞ୍ଜାମ

ରେଡ ଜୋନକୁ ଗଲା ଗଞ୍ଜାମ

ରେଡ ଜୋନକୁ ଗଲା ଗଞ୍ଜାମ
କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏହାରି ଭିତରେ ଗଞ୍ଜାମ ଜିଲ୍ଲାକୁ ରେଡ ଜୋନଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଉଚ୍ଚ ମାତ୍ରାରେ ଡବଲିଂ ହେବାରୁ ଏହାକୁ ରେଡ ଜୋନଭାବେ ଘୋଷଣା କରାଯାଇଛି । ସେମିତି ମୟୂରଭଞ୍ଜ ଓ ଜଗତସିଂହପୁରକୁ ଅରେଞ୍ଜ ଜୋନଭାବେ ଘୋଷଣା କରାଯାଇଛି । ଆଜି ଗଞ୍ଜାମରେ ୧୭ ଓ ମୟୂରଭଞ୍ଚରେ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଜଗତସିଂହପୁର ଜିଲ୍ଲାରେ ୪ ପିଜଟିଭ ଚିହ୍ନଟ ହୋଇଥିଲେ ।