ହଷ୍ଟେଲ୍‌ରେ ଆତ୍ମହତ୍ୟା କଲେ ନର୍ସିଂ ଛାତ୍ରୀ!

ହଷ୍ଟେଲ୍‌ରେ ଆତ୍ମହତ୍ୟା କଲେ  ନର୍ସିଂ ଛାତ୍ରୀ!

ଯାଜପୁର: ହଷ୍ଟେଲ୍‌ରେ ଝୁଲି ପଡ଼ିଲେ ନର୍ସିଂ ଛାତ୍ରୀ! କିନ୍ତୁ ବର୍ତ୍ତମାନ ସୁଦ୍ଧାର କାରଣ ଅସ୍ପଷ୍ଟ ରହିଛି। ଆଜି ଏପରି ଦୁଃଖଦ ଖବର ଯାଜପୁରରୁ ଆସିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ ନିବେଦିତା ସାହୁ ଜାଭିୟର ନର୍ସିଂ କଲେଜରେ ପାଠ ପଢ଼ୁଥିଲେ। ସେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ହଷ୍ଟେଲ୍‌ରେ ରହୁଥିଲେ। ବୁଧବାର ସେ ଘରୁ କଲେଜ ଆସିଥିଲେ। ମାତ୍ର କ୍ଲାସ୍‌ କରିନଥିଲେ। ଦେହ ଅସୁସ୍ଥ ରହିଥିବା କହି ରୁମ୍‌କୁ ପଳାଇ ଯାଇଥିଲେ। ରୁମ୍‌ରେ ଏକାକୀ ରୁମ୍‌ରେ ରହିଥିଲେ। ଅପରାହ୍ନରେ କ୍ଲାସ୍‌ ସରିବା ପରେ ଅନ୍ୟ ଛାତ୍ରୀମାନେ ରୁମ୍‌କୁ ଫେରିଥିଲେ। ସେତେବେଳେ ରୁମ୍‌ର କବାଟ ଭିତର ପାର୍ଶ୍ୱରୁ ବନ୍ଦ ରହିଥିଲେ।
ଯେତେ ଡାକିଥିଲେ ମଧ୍ୟ ନିବେଦିତା କବାଟ ଖୋଲିନଥିଲେ। ପରେ ହଷ୍ଟେଲ୍‌ ୱାଡେନ୍‌ ଲୋକ ଲଗାଇ କବାଟ ଖୋଲିଥିଲେ। ସେତେବେଳେ ନିବେଦିତା ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ।