ହତ୍ୟା ଧମକକୁ ଡରୁନାହାନ୍ତି ଦବଙ୍ଗବୟ ସଲ୍ମାନ
ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଶନିବାର ଏକ ଇ-ମେଲ୍ରେ ଏହି ଧମକ ଦିଆଯାଇଛି। ରୋହିତ ଗର୍ଗ ନାମକ ବ୍ୟକ୍ତିଙ୍କ ନିକଟରୁ ଉକ୍ତ ଇ-ମେଲ୍ ଆସିଛି। ଏଥିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଛି। ସଲମାନଙ୍କ ଟିମ୍ ପକ୍ଷରୁ ଅଭିଯୋଗ ପରେ ବାନ୍ଦ୍ରା ପୁଲିସ ଉପରୋକ୍ତ ୩ ଜଣଙ୍କ ନାମରେ ରବିବାର ମାମଲା ରୁଜୁ କରିଛି। ସଲମାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଥିବାରୁ ତାଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।
ତେବେ ଏହି ହତ୍ୟା ଧମକରେ ତିଳେ ବି ବିଚଳିତ ହୋଇନାହାନ୍ତି ଦବଙ୍ଗବୟ। ହେଲେ ତାଙ୍କ ବାପା ସଲିମ୍ ଖାନ୍ଙ୍କ ଆଖିରୁ ଭୟରେ ନିଦ ହଜିଯାଇଛି ବୋଲି ରିପୋର୍ଟରୁ ପ୍ରକାଶ। ସଲ୍ମାନଙ୍କ ପରିବାରର ଜଣେ ବନ୍ଧୁ ଏ ସଂପର୍କରେ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଏଥରର ଧମକକୁ ସଲ୍ମାନ ଏକଦମ ହାଲୁକାରେ ନେଇଛନ୍ତି, ଆଦୌ ବି ଭୟ କରୁନାହାନ୍ତି। ହେଲେ ବାପା ସଲିମ୍ ଖାନ୍ ଧମକ ମିଳିବା ପରଠାରୁ ରାତିରେ ଶୋଇ ପାରୁନାହାନ୍ତି।




admin 