ଭାରତରେ ଜାପାନ ପ୍ରଧାନମନ୍ତ୍ରୀ ଖାଇଲେ ଲସି, ଗୁପଚୁପ
ନୂଆଦିଲ୍ଳୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଗତକାଲି ସକାଳେ ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ମୋଦୀ ତାଙ୍କୁ ଭାରତକୁ ସ୍ବାଗତ ଜଣାଇବା ସହ ନିଜ ଦେଶର ବହୁ ସ୍ବାଦିଷ୍ଟ ଖାଦ୍ୟ ବି ଖୁଆଇଛନ୍ତି। ଫୁମିଓ କିସିଦାଙ୍କୁ ନେଇ ଦିଲ୍ଲୀର ବୁଦ୍ଧ ପାର୍କକୁ ଯାଇଥିଲେ ମୋଦୀ। ଏହି ଅବସରରେ ମୋଦୀ ତାଙ୍କୁ ଦେଶର ପାରମ୍ପରିକ ଖାଦ୍ୟ ଗୁପ୍ଚୁପ୍ ଖୁଆଇଥିବା ବେଳେ ଲସି ବି ପିଆଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରତିପକ୍ଷ ଫୁମିଓ କିସିଦାଙ୍କୁ କର୍ଣ୍ଣାଟକର ଐତିହ୍ୟ ସହ ଜଡ଼ିତ ଏବ ବୁଦ୍ଧ ମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି। ଚନ୍ଦନ କାଠରେ ନିର୍ମିତ ଏହି ମୂର୍ତ୍ତିଟିକୁ କଦମ୍ବ କାଠରେ ତିଆରି ହୋଇଥିବା ବାକ୍ସ ମଧ୍ୟରେ ରଖି ମୋଦୀ ଉପହାର ଦେଇଥିବା ସୂଚନା ରହିଛି। କଦମ୍ବ କାଠରେ ତିଆରି ବକ୍ସ ମଧ୍ୟରେ ଏପରି ଚନ୍ଦନ କାଠର ବୁଦ୍ଧ ମୂର୍ତ୍ତି ହେଉଛି କର୍ଣ୍ଣାଟକର ଅତ୍ୟନ୍ତ ଲୋକପ୍ରିୟ କଳାକୃତିରୁ ଅନ୍ୟତମ।




admin 