ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଶପଥ ନେଲେ ‘ଆପ’ ମନ୍ତ୍ରୀ

ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଶପଥ ନେଲେ ‘ଆପ’ ମନ୍ତ୍ରୀ

ଦିଲ୍ଲୀରେ ଆପ ସରକାରର ଶପଥ ଗ୍ରହଣ ଉତ୍ସବରେ ଜଣେ ମନ୍ତ୍ରୀ ଈଶ୍ୱରଙ୍କ ନାମ ପରିବର୍ତ୍ତେ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଶପଥ ଗ୍ରହଣ କରିବା ଘଟଣା ଚର୍ଚ୍ଚାରେ ରହିଛି । କେଜି୍ରୱାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ରବିବାର ଗୋପାଳ ରାୟ ଶପଥ ଗ୍ରହଣ କଲାବେଳେ ପାରମ୍ପାରିକ ଭାବେ ଈଶ୍ୱରଙ୍କ ନାମ ନ ନେଇ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଶପଥ ଗ୍ରହଣ କରିଥିଲେ । ତେବେ କେଜି୍ରୱାଲଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଈଶ୍ୱରଙ୍କ ନାମରେ ଶପଥ ଗ୍ରହଣ କରିଛନ୍ତି । ଗୋପାଳ ରାୟ କେଜି୍ରୱାଲଙ୍କ ପୂର୍ବ ସରକାରର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ ୬୨ ଆସନ ହାସଲ କରିଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ କୌଣସି ନୂଆ ମୁହଁକୁ ଦେଖିବାକୁ ମିଳିନାହିଁ ।