ସ୍ୱର୍ଗଦ୍ୱାର କଟକଣା ଉଠିଲା
ସ୍ୱର୍ଗଦ୍ୱାର କଟକଣା ଉଠିଲା
ପୁରୀ: ସ୍ୱର୍ଗଦ୍ୱାରରେ ଲାଗୁ ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି।ଏଣିକି ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିପାରିବେ। କରୋନା ବଢିବା ଆଶଙ୍କା ନେଇ ପୂର୍ବରୁ ପୁରୀ ଜିଲ୍ଲା ବାହାର ଶବ ସତ୍କାର ଉପରେ ରୋକ ଲଗାଇଥିଲେ ପୁରୀ ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାରୁ ଏହି କଟକଣାକୁ ହଟାଇ ଦିଆଯାଇଛି। ଏବେ ଅଣ କୋଭିଡ ମୃତଦେହକୁ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇ ପାରିବ । ମାତ୍ର କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶବକୁ ସ୍ୱର୍ଗଦ୍ୱାର ନ ଆଣିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ପୁରୀ ସମେତ ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକେ ମଧ୍ୟ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିପାରିବେ। ତେବେ ଶବ ସତ୍କାର ପାଇଁ ଆବଶ୍ୟକ କାଗଜପତ୍ର ସ୍ୱର୍ଗଦ୍ୱାର ସେବା ସମିତିର ରିସେପ୍ସନ୍ କାଉଣ୍ଟରରେ ଦାଖଲ କରିବାକୁ ପଡ଼ିବ। ଶବ ସତ୍କାର କାର୍ଯ୍ୟକ୍ରମରେ ସର୍ବାଧିକ ୧୦ ଜଣ ଲୋକଙ୍କୁ ଅନୁମତି ମିଳିବ।




admin 