ପଞ୍ଜାବରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ

ପଞ୍ଜାବରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ

ପଞ୍ଜାବରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ

ଜଳନ୍ଧର: ପଞ୍ଜାବରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା? ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ନା ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନି? ଏ ନିଷ୍ପତ୍ତି ନେବେ କଂଗ୍ରେସ ଦଳର କର୍ମକର୍ତ୍ତା। ପଞ୍ଜାବ ପ୍ରଚାରରେ ଆସିଥିବାବେଳେ ଆଜି ରାହୁଲ ଗାନ୍ଧି ଏ ନେଇ ସୂଚନା ଦେଇଛନ୍ତି।

ରାହୁଲଙ୍କ କଥାରୁ ସ୍ପଷ୍ଟ ହୋଇଛି, ଖୁବଶୀଘ୍ର ପଞ୍ଜାବରେ କଂଗ୍ରେସ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଏହି ନିଷ୍ପତ୍ତି ଦଳର କାର୍ଯ୍ୟକର୍ତ୍ତା ମାନେ ନେବେ। ପିସିସି ସଭାପତି ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଓ ଛକାପଞ୍ଚା ଚାଲିଛି, ଉଭୟଙ୍କ ନଜର ମୁଖ୍ୟମନ୍ତ୍ରୀଙ୍କ ଆସନ ଉପରେ ରହିଛି । ବଡ଼କଥା ହେଲା, ଚନ୍ନିଙ୍କ ଭଳି ଆଦୌ ଚର୍ଚ୍ଚାରେ ନ ଥିବା ବିଧାୟକକୁ କ୍ୟାପଟେନ ଅମିରିନ୍ଦର ସିଂଙ୍କ ବଦଳରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିକୁ ଅନେକ ଗ୍ରହଣ କରିପାରୁନଥିଲେ ପ୍ରଥମେ । ମାତ୍ର ଚନ୍ନି ଯେଉଁଭଳି 100 ଦିନ ମୁଖ୍ୟମନ୍ତ୍ରୀ କାମ ତୁଲାଇଲେ ସେ ଲୋକଙ୍କ ଦିଲ ଜିତିବାରେ ସକ୍ଷମ ହେଲେ। ହେଲେ ଚନ୍ନିଙ୍କ ଲୋକପ୍ରିୟତା ବଢିବା କଂଗ୍ରେସ ପାଇଁ ଫାଇଦା ଦେବ ବୋଲି ଦଳ ହାଇକମାଣ୍ଡ ବିଚାର କରୁଛନ୍ତି। ତେଣୁ ଦଳର ଶୀର୍ଷ ନେତୃତ୍ୱ ଏବେ ଚନ୍ନିକୁ ଗୁରୁତ୍ୱ ଦେଉଛନ୍ତି। ଏହା ପିସିସି ସଭାପତି ସିଦ୍ଧୁଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଅନ୍ୟ ପଟେ ରାହୁଲ କହିଛନ୍ତି ଯେ, ୨ ଜଣ ବ୍ୟକ୍ତି କେବେ ନେତୃତ୍ୱ ନେଇପାରିବେ ନାହିଁ। କେବଳ ଜଣେ ନେବେ। ଆମେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବୁ।