ସ୍ୱଚ୍ଛତା ପାଇଁ ଟୋକନ ବ୍ୟବସ୍ଥା: ମନ୍ତ୍ରୀ

ସ୍ୱଚ୍ଛତା ପାଇଁ ଟୋକନ ବ୍ୟବସ୍ଥା: ମନ୍ତ୍ରୀ

ସ୍ୱଚ୍ଛତା ପାଇଁ ଟୋକନ ବ୍ୟବସ୍ଥା: ମନ୍ତ୍ରୀ
ଭୁବନେଶ୍ୱର: ସ୍ୱଚ୍ଛତା ପାଇଁ ଧାନକିଣା ସମୟରେ ଚାଷୀଙ୍କୁ ଟୋକନ ବ୍ୟବସ୍ଥା କରାଯାଇଛି । ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଆନେ୍ଦାଳନ ଓ ଗୃହରେ ତାତି ପ୍ରସଙ୍ଗରେ ଗୃହ ବାହାରେ ନିଜର ପ୍ରତିକି୍ରୟା ରଖି ଏହା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଯେ, ଧାନ ବିକ୍ରି ହେବ । ଚାଷୀ ଧାନ ଦେବେ । ଆଉ ଉଚିତ ମୂଲ୍ୟ ମଧ୍ୟ ପାଇବେ । ଘଟଣା ସମ୍ପର୍କରେ ସରକାର ସଜାଗ ଅଛନ୍ତି । ଘଟଣା ଉପରେ ସରକାର ନଜର ରଖିଛନ୍ତି । ଚାଷୀଙ୍କ ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ତାହା କରାଯିବ । ଧାନ କିଣାରେ ସ୍ୱଚ୍ଛତା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଧାନ କିଣାରେ ସୁବିଧା ସହ ଚାଷୀଙ୍କୁ ଆଗୁଆ ସୂଚନା ଦେଇ ହେଉଛି । ଏକ ସେକେଣ୍ଡରେ ଟେକ୍ନୋଲୋଜି ଦ୍ୱାରା ଚାଷୀଙ୍କ ନିକଟରେ ପହଞ୍ଚି ପାରୁଛୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।