ସେ ଏକା ବସ୍ ଫେଲ୍ ହୋଇ ନାହାନ୍ତି: ନୀତୀନ ପଟେଲ

ସେ ଏକା ବସ୍ ଫେଲ୍ ହୋଇ ନାହାନ୍ତି: ନୀତୀନ ପଟେଲ

ସେ ଏକା ବସ୍ ଫେଲ୍ ହୋଇ ନାହାନ୍ତି: ନୀତୀନ ପଟେଲ

ଅହମ୍ମଦାବାଦ: ମୁଖ୍ୟମନ୍ତ୍ରୀ ପଦ ନ ମିଳିବା ନେଇ ନୀତୀନ କହିଛନ୍ତି ଯେ, ସେ ଏକା ବସ ଫେଲ ହୋଇ ନାହାନ୍ତି । ତାଙ୍କ ପରି ଦଳରେ ଆହୁରି ପୁରୁଖା ନେତା ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ । ତେଣୁଏଥିରେ ଦୁଃଖ କରିବାର କିଛି ନାହିଁ ବୋଲି ସେ କହିଛନ୍ତି ।ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ସବା ଆଗରେ ଥିଲେ । କିନ୍ତୁ ବାଜି ମାରିନେଲେ ଭୂପେନ୍ଦ୍ର ପଟେଲ୍ । ସୋମବାର ଏ ପ୍ରସଙ୍ଗରେ ପ୍ରତିକି୍ରୟା ରଖିବା ବେଳେ ତାଙ୍କର ଆଖି ଛଳଛଳ ହୋଇଯାଇଥିଲା ଏବଂ ସେ କହିଥିଲେ ଯେ ବିଜେପି ତାଙ୍କୁ ବହୁତ କିଛି ଦେଇଛି । ତେଣୁ ମୁଖ୍ୟମନ୍ତ୍ରୀ ପଦ ନ ମିଳିଲା ବୋଲି ସେ ଦୁଃଖିତ ନୁହଁନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ସୋମବାର ସକାଳେ ଭୂପେନ୍ଦ୍ର ପଟେଲ ନୀତୀନଙ୍କୁ ଭେଟିଥିଲେ । ଏ ପ୍ରସଙ୍ଗରେ ନୀତୀନ କହିଥିଲେ ଯେ, ଭୂପେନ୍ଦ୍ର ପଟେଲ ହେଉଛନ୍ତି ତାଙ୍କର ପୁରୁଣା ପାରିବାରିକ ବନ୍ଧୁ । ସେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୀତୀନ କହିଛନ୍ତି, ମୁଁ ୧୮ ବର୍ଷ ବୟସରୁ ବିଜେପିରେ କାମ କରିଆସୁଛି ଏବଂ କରିଚାଲିଥିବି । ଦଳରେ ମୋତେ କିଛି ପଦପଦବି ମିଳୁ ବା ନ ମିଳୁ, ମୁଁ ଦଳ ପାଇଁ ତଥା ଦେଶ ପାଇଁ ସେବା କରି ଚାଲିଥିବି ବୋଲି ନୀତୀନ କହିଛନ୍ତି ।