ସେପ୍ଟେମ୍ବର ୧ ରୁ ୬ ଜେଇଇ ମେନ ପରୀକ୍ଷା :୧୩ରେ ନିଟ୍, ବଢ଼ିବ କେନ୍ଦ୍ର ଓ ସିଫ୍ଟ ସଂଖ୍ୟା

ସେପ୍ଟେମ୍ବର ୧ ରୁ ୬ ଜେଇଇ ମେନ ପରୀକ୍ଷା :୧୩ରେ ନିଟ୍, ବଢ଼ିବ କେନ୍ଦ୍ର ଓ ସିଫ୍ଟ ସଂଖ୍ୟା

ସେପ୍ଟେମ୍ବର ୧ ରୁ ୬ ଜେଇଇ ମେନ ପରୀକ୍ଷା :୧୩ରେ ନିଟ୍, ବଢ଼ିବ କେନ୍ଦ୍ର ଓ ସିଫ୍ଟ ସଂଖ୍ୟା
ଭୁବନେଶ୍ୱର: ସେପ୍ଟେମ୍ବର ୧ ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ଓ ୧୩ ତାରିଖରେ ନିଟ ହେବ । ପୁଣି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏଭଳି ସୂଚନା ଦିଆଯାଇଛି । ତେବେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ଜେଇଇ ମେନ ୮୫୭୦ଟି ପରୀକ୍ଷା କେନ୍ଦ୍ରରେ ହେବାକୁ ନିଷ୍ପତ୍ତି ହୋଇଥିଲା । ଯାହା ଏବେ ୬୬୦ଟି କେନ୍ଦ୍ରକୁ ବୃଦ୍ଧି ପାଇବ । ଅପରପକ୍ଷରେ ନିଟ ପରୀକ୍ଷା କେନ୍ଦ୍ର ୨୫୪୬ ରୁ ୩୮୪୩ କୁ ବଢ଼ିବ ବୋଲି ଏନଟିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ସିଫ୍ଟ ସଂଖ୍ୟା ୮ ରୁ ୧୨କୁ ବୃଦ୍ଧି କରାଯାଇଛି । ମାତ୍ର ପ୍ରତି ସିଫ୍ଟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏନଟିଏ କର୍ତ୍ତୃପକ୍ଷ । ପ୍ରତି ସିଫ୍ଟରେ ୧ ଲକ୍ଷ ୩୨ ହଜାର ପରିବର୍ତ୍ତେ ୮୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶାନୁସାରେ ପରୀକ୍ଷା ସ୍ଥଗିତ ଯୁକ୍ତି ସଙ୍ଗତ ନଥିବାରୁ ପରୀକ୍ଷା କରାଯିବ ବୋଲି ଏନଟିଏ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ସାମାଜିକ ଦୂରତା ଅବଲମ୍ବନ କରି ପରୀକ୍ଷା ହେବ । ଏନଟିଏ ପକ୍ଷରୁ ଏ ବାବଦରେ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କୁହାଯାଇଛି ।