ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ, ରିକଭରି ହେବ ପୁରୁଣା ଚାଟ୍

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ, ରିକଭରି ହେବ ପୁରୁଣା ଚାଟ୍

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ, ରିକଭରି ହେବ ପୁରୁଣା ଚାଟ୍

ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ବର୍ଷକ ପରେ ବି ଏହି ମାମଲାରେ ସିବିଆଇର ତଦନ୍ତ ଜାରି ରହିଛି। ରିପୋର୍ଟ ଅନୁସାରେ ସିବିଆଇ ଏବେ ସୁଶାନ୍ତଙ୍କ ଇମେଲ ଓ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ତଥ୍ୟକୁ ଫେରିପାଇବା ଲାଗି ଆମେରିକାକୁ ସହାୟତା ମାଗିଛି । ଡିଲିଟ ହୋଇଥିବା ଚାଟ ଓ ତଥ୍ୟର ରିକଭରି ପାଇଁ ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଗୁଗଲ ଓ ଫେସବୁକ କମ୍ପାନିକୁ ସୂଚନା ମଗାଯାଇଛି । ଭାରତ ଓ ଆମେରିକା ମଧ୍ୟରେ ମ୍ୟୁଚୁଆଲ୍ମ ଲିଗାଲ ଆସିଷ୍ଟାନସ ଟି୍ରଟି ଅର୍ଥାତ ଏମଏଲଏଟି ରହିଛି । ଏହା ଅନୁସାରେ ଦୁଇ ଦେଶ ଘରୋଇ ମାମଲାର ତଦନ୍ତ ଲାଗି ପରସ୍ପରକୁ ସୂଚନା ମାଗି ପାରିବେ । ସିବିଆଇ ଏହି ତଥ୍ୟରୁ ଜାଣିବାକୁ ଚାହୁଁଛି ଯେ ପୂର୍ବରୁ କେବେ ଏମିତି କିଛି ହୋଇଥିଲା କି ଯାହାର ସୁଶାନ୍ତଙ୍କ ମୃତୁ୍ୟ ସହ ସମ୍ପର୍କ ଥିବ । ସୂଚନା ଥାଉ କି, ୨୦୨୦ ଜୁନ ୧୪ ତାରିଖରେ ସୁଶାନ୍ତଙ୍କର ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା ।