ସାଢେ଼ ୪ କୋଟି ଟଙ୍କାର ବିମାନ ଭଡ଼ା

ସାଢେ଼ ୪ କୋଟି ଟଙ୍କାର ବିମାନ ଭଡ଼ା

ସାଢେ଼ ୪ କୋଟି ଟଙ୍କାର ବିମାନ ଭଡ଼ା
ଭୁବନେଶ୍ୱର: ସବୁବେଳେ ଆକାଶରେ ଉଡ଼ିବା ଥିଲା ଆକାଶ ଓ ଅଭୟକାନ୍ତଙ୍କ ସଉକ । ଯେତେବେଳେ ଲକଡାଉନରେ ଲୋକ ଜୁଝୁଥିଲେ ସେତେବେଳେ ମଉଜ କରୁଥିଲେ ପାଠକ ପରିବାର । ବିମାନରେ ବୁଲିବା ଖର୍ଚ୍ଚ ଏବେ ସୁଦ୍ଧା ସାଢେ଼ ୪ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି । ଏହାର ହିସାବ ଚାଲିଥିବା ବେଳେ ଏହି ଟଙ୍କା କିଏ ଦେଇଛି ତାହାର ଖୋଳତାଡ଼ କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି । ସେହିପରି ଘାଟିକିଆ ବିପୁଲ ଗାର୍ଡେନରେ ଥିବା ଫ୍ଲାଟରେ ଇଟାଲିଆନ ମାର୍ବଲ ଲାଗିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଯାହାର ଗୋଟିଏ ବର୍ଗଫୁଟ ୧ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ସେହିପରି ୬୦ ଲକ୍ଷ ଟଙ୍କାର ପଲଙ୍କ ମଧ୍ୟ ଠାବ କରିଛି ଭିଜିଲାନ୍ସ । ସେହି ପଲଙ୍କରେ ହାତୀ ଦାନ୍ତ ଲାଗିଥିବା ଜଣାପଡ଼ିଛି । ଘର ଭିତରୁ ହରିଣ ଶିଙ୍ଗ ମଧ୍ୟ ଜବତ କରାଯାଇଛି ।