ବଜରଙ୍ଗଙ୍କୁ ବାହା ହେବେ ସଙ୍ଗୀତା

ବଜରଙ୍ଗଙ୍କୁ ବାହା ହେବେ ସଙ୍ଗୀତା

ବଜରଙ୍ଗଙ୍କୁ ବାହା ହେବେ ସଙ୍ଗୀତା
ନୂଆଦିଲ୍ଲୀ: ବବିତା ଫୋଗଟଙ୍କ ସାନ ଭଉଣୀ ସଙ୍ଗୀତା ବିବାହ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ବିଶ୍ୱ ମାନ୍ୟତାର ଦ୍ୱିତୀୟ କୁସ୍ତି ତାରକା ବଜରଙ୍ଗ ପୁନିଆଙ୍କୁ ସେ ବିବାହ କରିବେ । ଟୋକିଓ ଅଲମ୍ପିକ୍ସକୁ ଯୋଗ୍ୟତା ଅଜୁର୍ନ କରିଥିବା ୨୬ ବର୍ଷ ବୟସ୍କ ବଜରଙ୍ଗ ଏବେ ସୋନେପାଟସ୍ଥିତ ସାଇ ସେଣ୍ଟରରେ ଜାତୀୟ ଶିବିରରେ ରହିଛନ୍ତି । ହେଲେ ତାଙ୍କୁ ବିବାହ ଅବକାଶ ମିଳିଯାଂଇଛି । କୁସ୍ତି ତାରକା ସଙ୍ଗୀତା ବୁଧବାର ତାଙ୍କ ବିବାହ ପୂର୍ବ ଉତ୍ସବର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେଥିରେ ତାଙ୍କ ଦୁଇ ଭଉଣୀ ଗୀତା ଓ ବବିତା ତାଙ୍କୁ ହଳଦୀ ମାଗି ଦେଉଥିବା ଦେଖାଯାଇଛି । ତିନି ଦିନ ଧରି ଚାଲିଥିବା ତାଙ୍କ ମେହେନ୍ଦୀ ଉତ୍ସବରେ ପରିବାର ଘନିଷ୍ଠ ସଦସ୍ୟ ହିଁ ଯୋଗ ଦେଇଥିଲେ । ସଂଗୀତା ଫୁଲପକା ଅଳଙ୍କାର ଏବଂ ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ୧ ରେ ବିବେକଙ୍କୁ ବିବାହ କରିଥିବା ବବିତା ଖୁବ ଶୀଘ୍ର ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି ଘୋଷଣା କରି ସାରିଛନ୍ତି । ବବିତା ମଧ୍ୟ ଗର୍ଭବତୀ ଥିବାର ଫଟୋ ସେୟାର କରିଥିଲେ ।