ସାଇବର ଠକ ମହିଳାଙ୍କ ଆକାଉଣ୍ଟରୁ ୬୦ ହଜାର ଲୁଟି ନେଲେ

ସାଇବର ଠକ ମହିଳାଙ୍କ ଆକାଉଣ୍ଟରୁ ୬୦ ହଜାର ଲୁଟି ନେଲେ

ସାଇବର ଠକ ମହିଳାଙ୍କ ଆକାଉଣ୍ଟରୁ ୬୦ ହଜାର ଲୁଟି ନେଲେ
ଭୁବନେଶ୍ୱର: ଅନଲାଇନରେ ଖାଦ୍ୟ ମଗାଇବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି । ସାଇବର ଠକ ମହିଳାଙ୍କ ଆକାଉଣ୍ଟରୁ ୬୦ ହଜାର ଲୁଟି ନେଇଛନ୍ତି । ଲୁଟର ଶିକାର ହୋଇଛନ୍ତି ୟୁନିଟ-୬ ଅଞ୍ଚଳର ଗୀତାରାଣି ରାଉତ । ଏ ନେଇ ସେ ସାଇବର ହେଲପ ଡେସ୍କରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୀତାରାଣୀ ଏକ ଅନଲାଇନ ସାଇଟକୁ ଯାଇ ଖାଦ୍ୟ ଅର୍ଡର କରିଥିଲେ । ଏଥିପାଇଁ ସେ ୭ ଶହ ଟଙ୍କା ଦେଇଥିଲେ । କିନ୍ତୁ ତାଙ୍କ ପାଖରେ ଖାଦ୍ୟ ପହଞ୍ଚି ନଥିଲା । କିଛି ସମୟରେ ପରେ ସେ ଏକ ଫୋନ କଲ ପାଇଥିଲେ । ଖାଦ୍ୟ ପହଞ୍ଚିବା ପାଇଁ ଏକ ଆପ ଡାଉନଲୋଡ କରିବାକୁ କୁହାଯାଇଥିଲା । ଗୀତରାଣୀ ଆପ ଡାଉନଲୋଡ କରିଥିଲେ । ନିଜର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ତାଙ୍କ ପାଖରୁ ଏକ ଓଟିପି ଆସିଥିଲା । ସେହି ଓଟିପି ଦେବା ପରେ ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟି ଯାଇଥିଲା ।