ସରକାରୀ, ବ୍ୟାଙ୍କ ଚାକିରି ପାଇଁ ଏକକ ଯୋଗ୍ୟତା ପରୀକ୍ଷାକୁ କେନ୍ଦ୍ର କ୍ୟାବିନେଟ ମୋହର

ସରକାରୀ, ବ୍ୟାଙ୍କ ଚାକିରି ପାଇଁ ଏକକ ଯୋଗ୍ୟତା ପରୀକ୍ଷାକୁ କେନ୍ଦ୍ର କ୍ୟାବିନେଟ ମୋହର

ସରକାରୀ, ବ୍ୟାଙ୍କ ଚାକିରି ପାଇଁ ଏକକ ଯୋଗ୍ୟତା ପରୀକ୍ଷାକୁ କେନ୍ଦ୍ର କ୍ୟାବିନେଟ ମୋହର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସି (ରାଷ୍ଟ୍ରୀୟ ନିଯୁକ୍ତି ସଂସ୍ଥା) ଗଠନ କରିବା ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଣ ଗେଜେଟେଡ ପଦବି ଏବଂ ବ୍ୟାଙ୍କରେ ଭର୍ତ୍ତି ପାଇଁ ଏକକ ଯୋଗ୍ୟତା ପରୀକ୍ଷା (କମନ ଏଲଜିବିଲିଟି ଟେଷ୍ଟ) ଆୟୋଜନ ହେବ । କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । ଆଜିର ପଦକ୍ଷେପ ଯୋଗୁଁ କୋଟି କୋଟି ଛାତ୍ରଛାତ୍ରୀ ଉପକୃତ ହେବା ସହିତ ନିଯୁକ୍ତି ପ୍ରକି୍ରୟାରେ ପାଦର୍ଶିତା ଆସିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅଧୀନରେ ପ୍ରାୟ ୧.୨୫ ଲକ୍ଷ ପଦବି ପାଇଁ ପ୍ରତିବର୍ଷ ବିଜ୍ଞାପନ ବାହାରୁଥିଲା ବେଳେ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ ପୃଥକ ପୃଥକ ଭାବେ ଏସବୁ ପଦବି ପୂରଣ ପାଇଁ ପରୀକ୍ଷା କରାଉଛନ୍ତି । ପ୍ରାୟ ୨.୫ କେଟି ପ୍ରତ୍ୟାଶୀ ଏଥିପାଇଁ ଆବେଦନ କରୁଥିଲା ବେଳେ ସେମାନଙ୍କୁ ଏଥିପାଇଁ ଅନେକ ଗୁଡ଼ିଏ ପରୀକ୍ଷା ଦେବାକୁ ପଡୁଛି ଏବଂ ଖର୍ଚ୍ଚାନ୍ତ ହେବାକୁ ବି ପଡୁଛି । ଏବେ କିନ୍ତୁ ଆଉ ସେପରି ଘଟିବ ନାହିଁ । ସବୁ ସରକାରୀ ପଦବି ଏବଂ ବ୍ୟାଙ୍କରେ ଥିବା ପଦବି ଗୁଡ଼ିକ ପାଇଁ ଗୋଟିଏ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ ।