ସମାଲୋଚନା ପରେ ୫ ଅଧିକାରୀଙ୍କୁ ହତ୍ୟା କଲେ କିମ ଜଙ୍ଗ ଉନ

ସମାଲୋଚନା ପରେ ୫ ଅଧିକାରୀଙ୍କୁ ହତ୍ୟା କଲେ କିମ ଜଙ୍ଗ ଉନ

ସମାଲୋଚନା ପରେ ୫ ଅଧିକାରୀଙ୍କୁ ହତ୍ୟା କଲେ କିମ ଜଙ୍ଗ ଉନ
ସିଓଲ : ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ଅମାନବୀୟ କାର୍ୟ୍ୟଧାରାକୁ ନେଇ ପୁଣି ଥରେ ଚର୍ଚ୍ଚା ଲାଗି ରହିଛି । ନିକଟରେ ତାଙ୍କ ନୀତିକୁ ସମାଲୋଚନା କରିବା ଯୋଗୁଁ ୫ ଜଣ କର୍ମଚାରୀଙ୍କୁ ମୃତ୍ୟୁବରଣ କରିବାକୁ ପଡିଛି । ମିଳିଥିବା ସୂଚନା ଅନୁସାରେ ତାଙ୍କ ଦ୍ବାରା ପ୍ରଣୟନ ହୋଇଥିବା ଆର୍ଥିକ ନୀତିର ସମାଲୋଚନା କରିବାରୁ ଅର୍ଥ ମନ୍ତ୍ରାଳୟର ପାଞ୍ଚ ଜଣ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜୁଲାଇ ୩୦ ତାରିଖରେ ଏହି ଅଧିକାରୀଙ୍କୁ ଗୁଳି କରାଯାଇଥିବାର ସୂଚନା ରହିଛି । ଏକ ରାତ୍ର ଭୋଜନରେ ସେମାନେ କିମ୍‌ଙ୍କ ନୀତିର କଡ଼ା ସମାଲୋଚନା କରିଥିଲେ। ପରେ ସେମାନଙ୍କୁ ଗିରଫ କରାଯାଇ ହତ୍ୟା କରାଯାଇଥିଲା।