ସପା ଗଡରେ ଫୁଟିଲା ପଦ୍ମ

ସପା ଗଡରେ ଫୁଟିଲା ପଦ୍ମ

ସପା ଗଡରେ ଫୁଟିଲା ପଦ୍ମ

ନୂଆଦିଲ୍ଲୀ: ସପାକୁ ଲାଗିଲା ଝଟକା। ବିଜେପି ଛଡେଇ ନେଲା ଅଜାମଗଡ଼ ଆଉ ରାମପୁର ଆସନ।। ଉତ୍ତରପ୍ରଦେଶର ରାମପୁର ଓ ଆଜମଗଡ଼ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି କରିଛି ବାଜିମାତ। ଉତ୍ତରପ୍ରଦେଶର ରାମପୁର ଆସନରେ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ବିଜୟୀ ହୋଇଛନ୍ତି। ଘନଶ୍ୟାମ ଲୋଧି ୪୨ ହଜାରରୁ ଅଧିକ ଭୋଟରେ ଜିତିଯାଇଛନ୍ତି ଜ୍ଝ ସେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ସପାର ଅସୀମ ରାଜାଙ୍କୁ ପରାସ୍ତ କରିଛନ୍ତି ଜ୍ଝ ଅନ୍ୟପଟେ ଆଜମଗଡ଼ରେ ମଧ୍ୟ ବିଜେପି ଏକ ବଡ଼ ବିଜୟ ଆଡକୁ ଗତି କରୁଛି ଜ୍ଝ ଅଦ୍ୟାବଧି ବିଜେପିର ପ୍ରାର୍ଥୀ ଦୀନେଶ ଲାଲ ନିରହୁଆ ୧୦ ହଜାର ଭୋଟରେ ଆଗୁଆ ଅଛନ୍ତି ଜ୍ଝ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ନିରହୁଆ ଏପର୍ୟ୍ୟନ୍ତ ୨ ଲକ୍ଷ ୯୩ ହଜାର ଭୋଟ୍ ପାଇଛନ୍ତି। ଏଥି ସହିତ ସପା ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବ ୨ ଲକ୍ଷ ୮୩ ହଜାର ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିଏସପି ପ୍ରାର୍ଥୀ ଗୁଡ଼ୁ ଜମାଲି ଏପର୍ୟ୍ୟନ୍ତ ୨ଲକ୍ଷ ୫୨ ହଜାର ଭୋଟ୍ ପାଇଛନ୍ତି।ସୂଚନା ଥାଉ କି ୨୦୧୯ ଲୋକସଭା ନିର୍ବାଚନରେ ଏସପି ମୁଖ୍ୟ ଅଖିଳେଶ ଯାଦବ ଆଜମଗଡ ଆସନରେ ଜିତିଥିବାବେଳେ ଚଳିତ ବର୍ଷ ୨୦୨୨ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆଜମ ଖାନ ରାମପୁରରୁ ଏବଂ ଅଖିଳେଶ ଯାଦବ ମେନପୁରୀର କରହଲ ଆସନରୁ ଜିତିଥିଲେ। ଏହା ପରେ ଏହି ଦୁଇ ନେତା ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏହି କାରଣରୁ ଏହି ଦୁଇଟି ସିଟ୍ ଖାଲି ପଡିଥିଲା ଜ୍ଝ ତେବେ ଏଥର ହେଉଥିବା ଉପନିର୍ବାଚନରେ ଏଥର ବିଜେପି ଆଜମଗଡରୁ ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ଦୀନେଶ ଲାଲ ଯାଦବ ଓରଫ ନିରହୁଆଙ୍କୁ ପ୍ରାର୍ଥୀ କରିଥିଲା ଜ୍ଝ ୨୦୧୯ ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ନିରହୁଆ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ବି ନିର୍ବାଚନରେ ହାରିଯାଇଥିଲେ ଜ୍ଝସମାଜବାଦୀ ପାର୍ଟି ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଧର୍ମେନ୍ଦ୍ର ଯାଦବଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଏସପି ପୂର୍ବତନ ବିଧାୟକ ତଥା ବ୍ୟବସାୟୀ ଶାହା ଆଲାମଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିଥିଲା । ଅନ୍ୟପଟେ ବିଜେପି ରାମପୁରରୁ ଘନଶ୍ୟାମ ଲୋଧିଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲାବେଳେ ବିଏସପି ଏଠାରେ ପ୍ରାର୍ଥୀ ଦେଇନାହିଁ ଜ୍ଝ ସେହିପରି ସମାଜବାଦୀ ପାର୍ଟି ରାମପୁରରୁ ଆଜମ ଖାନଙ୍କ ସହଯୋଗୀ ଅସୀମ ରାଜାଙ୍କୁ ପ୍ରାର୍ଥୀ କରିଥିଲା ଜ୍ଝ