ଜଣେ ଯୁବକ, ୧୨ପତ୍ନୀ

ଜଣେ ଯୁବକ, ୧୨ପତ୍ନୀ

ପାଟନା: ଜଣେ କି ୨ ଜଣ ନୁହଁ।  ଗଣି ଗଣି ୧୨ ଜଣ। ଜଣେ ଯୁବକଙ୍କର ୧୨ଜଣ ପତ୍ନୀ। ପତ୍ନୀଙ୍କ ମଧ୍ୟରେ କେତେକ ନାବାଳିକା ମଧ୍ୟ ଅଛନ୍ତି। ଜଣ ଜଣ କରି ୧୨ ଜଣଙ୍କୁ ବିବାହ କରିବା ଅଭିଯୋଗରେ ବିହାର ପୁଲିସ ସମ୍ପୃକ୍ତ ସ୍ୱାମୀଙ୍କୁ ଗିରଫ କରିଛି। ବିହାରର ପୁରୁଣିଆ ପୁଲିସ ଜଣେ ୩୨ ବର୍ଷର ଯୁବକଙ୍କୁ ଏକାଧିକ ବିବାହ କରିବା ଅଯିଯୋଗରେ ବାନ୍ଧିଛି ।  ବିବାହ ପରେ ସେମାନଙ୍କୁ ବେଶ୍ୟାବୃତ୍ତିରେ ଲଗାଇବା ଅଭିଯୋଗ ହୋଇଛି।  ଅଭିଯୁକ୍ତ ଜଣକ ହେଲେ ମହ୍ମଦ ସମସାଦ୍‌ ଓରଫ ମନୋହର।  ତାଙ୍କ ଘର କିଶାନଗଞ୍ଜ ଜିଲ୍ଲାର ଅନାରକଲି ଅଞ୍ଚଳର।  ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି  କରୁଥିବା ମନୋହର ନାବାଳିକାମାନଙ୍କୁ ବିବାହ କରି ସେମାନଙ୍କୁ ବେଶ୍ୟାବୃତ୍ତିରେ ଲଗାଉଥିଲା।

ଏସମ୍ପର୍କରେ ପ୍ରିଥିବ ପାଶୱାନ ନାମକ ଜଣେ ବ୍ୟକ୍ତି ମନୋହର ନାମରେ ଏ ସମ୍ପର୍କରେ ଏତଲା ଦେଇଥିଲେ।  ୨୦୧୫ ଡିସେମ୍ବର ୮ତାରିଖରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ହେଲେ ସେବେଠାରୁ  ମନୋହର ଫେରାର ଥିଲା ।

ଏବେ ପୁଲିସ  ମନୋହରକୁ ଗିରଫ କରିଛି।  ପୁଲିସ କହିଛି ଯେ, ମନୋହର ନିଜକୁ ବ୍ୟାଚଲର କହି ନୀରିହ ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ବାହା ହୁଏ। ପରେ ସେମାନଙ୍କୁ ଜବରଦସ୍ତ ବେଶ୍ୟା ବୃତ୍ତିରେ ଲଗାଏ।  ଖାଲି ସେତକି ନୁହଁ ପରେ ସେହି ନୀରିହ ଝିଅମାନଙ୍କୁ ବିକ୍ରି କରେ। ଅଧିକ ଟଙ୍କା ପାଇଁ ନୀରିହ ଝିଅମାନଙ୍କୁ ବେଙ୍ଗଲରେ ବିକ୍ରି କରୁଥିଲା। ସେ ବାହା ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୨ ଜଣ  ଅଙ୍ଗର ପୁଲିସ ଷ୍ଟେସନରେ ହୋଇଥିବା ବେଳେ ୧୦ ଜଣ କିଶାନଗଞ୍ଜ ଜିଲ୍ଲାର।