ପଞ୍ଜାବରେ ଆପକୁ ଝଟକା

ପଞ୍ଜାବରେ ଆପକୁ ଝଟକା

ଚଣ୍ଡୀଗଡ଼: ପଞ୍ଜାବରେ ଶାସକ ଆପ ଦଳକୁ ଲାଗିଛି ଝଟକା।  ବିଧାନସଭା ନିର୍ବାଚନ ପରେ ଶାସକ ଆମ୍ ଆଦମୀ ପାର୍ଟି ସଙ୍ଗରୁର ଲୋକସଭା ଆସନ ଉପ-ନିର୍ବାଚନରେ ହାରିଯାଇଛି ଜ୍ଝ ଆପ ପ୍ରାର୍ଥୀ ଶିରୋମାନି ଅକାଳୀ ଦଳ (ଅମୃତସର) ପ୍ରାର୍ଥୀ ସିମରଞ୍ଜିତ ସିଂ ମାନଙ୍କଠାରୁ ହାରିଯାଇଛନ୍ତି ଜ୍ଝ ସିମରଞ୍ଜିତ ସିଂ ମାନ ୭୦୦୦ ଭୋଟରେ ଆପ ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ପରାସ୍ତ କରିଛନ୍ତି ଜ୍ଝ ଏହି ନିର୍ବାଚନକୁ ଆମ୍ ଆଦମୀ ପାର୍ଟି ସରକାରଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ଜ୍ଝ ବିଶେଷକରି ପଞ୍ଜାବରେ ଆଇନଶୃଙ୍ଖଳାକୁ ନେଇ ଆମ୍ ଆଦମୀ ପାର୍ଟି ସରକାର ସ୍କାନରରେ ରହିଛନ୍ତି। ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରଠାରୁ ମାନ ସରକାରଙ୍କ ନିଷ୍ପତ୍ତିକୁ ନେଇ ଭୋଟର ଅସନ୍ତୁଷ୍ଟ ଥିବାର ଜଣାପଡିଛି ଜ୍ଝ ସୂଚନା ଥାଉ କି ୨୯ ବର୍ଷର ବ୍ୟବଧାନ ପରେ ସିମରଞ୍ଜିତ ସିଂ ମାନ ଏହି ବିଜୟ ହାସଲ କରିଛନ୍ତି ଜ୍ଝସେ ୧୯୯୯ରେ ସଙ୍ଗରୁରରୁ ସାଂସଦ ଥିଲେ। ଏହା ପରେ ସମସ୍ତ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ କ୍ରମାଗତ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ଜ୍ଝ ମାନ କହିଛନ୍ତି ଯେ ଏହି ବିଜୟ ହେଉଛି ସେହିମାନଙ୍କର ଯେଉଁମାନେ ଆମ୍ ଆଦମୀ ପାର୍ଟିର କୁଶାସନ ବିରୋଧରେ ମୋ ସହ ଛିଡା ହୋଇଥିଲେ ଜ୍ଝ ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଜ୍ଝ ସେଥିପାଇଁ ସେ ଅନଭିଜ୍ଞ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଏକ ଶିକ୍ଷା ଦେଇଛନ୍ତି। ଦିଲ୍ଲୀରୁ ଏଠାରେ ଥିବା ଆପ ସରକାର ନିୟନ୍ତ୍ରିତ ହେଉଛନ୍ତି ତେଣୁ ଏଠାକାର ଭୋଟର ଉଚିତ ଶିକ୍ଷା ଦେଇଛନ୍ତି ଜ୍ଝ