ଶୌଚ ପାଇଁ ଯାଇଥିଲେ, ଦଳିଦେଲା ହାତୀ
ଶୌଚ ପାଇଁ ଯାଇଥିଲେ, ଦଳିଦେଲା ହାତୀ
ସୁନ୍ଦରଗଡ଼: ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର କିଞ୍ଜିରକେଲା ସେକ୍ସନ ରଷ୍ଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମୁରଲୀ ଖଡ଼ିଆ ।
ସୂଚନା ଅନୁସାରେ, ଆଜି ସକାଳେ ମୁରଲୀ ନିଜ ଶ୍ୱଶୁର ଓ ପୁଅ ସହିତ ଶୌଚ ପାଇଁ ଗାଁ ମୁଣ୍ଡ ନାଳକୁ ଯାଇଥିଲେ। ଏହି ସମୟରେ ସେଠାକୁ ଦୁଇଟି ହାତୀ ଆସିଯାଇଥିଲେ। ହାତୀକୁ ଦେଖି ମୁରଲୀଙ୍କ ଶ୍ୱଶୁର ଓ ପୁଅ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ମୁରଲୀ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ତାଙ୍କୁ କଚାଡି ଦଳି ମାରିଦେଇଥିବା ଜଣାଯାଇଛି।
ଖବର ପାଇ କିଞ୍ଜିରକେଲା ଥାନା ପୁଲିସ ଏବଂ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗତ ଦୁଇ ସପ୍ତାହ ହେବ କିଛି ବଣୁଆ ହାତୀ ଏହି ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।




admin 