ଆହୁରି ୮ ମାସ ରାସନ ଯୋଗାଇ ଦିଅ, ମୋଦୀଙ୍କୁ ନବୀନଙ୍କ ଚିଠି

ଆହୁରି ୮ ମାସ ରାସନ ଯୋଗାଇ ଦିଅ, ମୋଦୀଙ୍କୁ ନବୀନଙ୍କ ଚିଠି

ଆହୁରି ୮ ମାସ ରାସନ ଯୋଗାଇ ଦିଅ, ମୋଦୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଆହୁରି ୮ ମାସ ମାଗଲା ରାସନ ସାମଗ୍ରୀ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। 

ପୂର୍ବ ଘୋଷଣା ମୁତାବକ ୭ ମାସ ମାଗଣା ରାସନ୍ ଦିଆଯାଇଥିବା ବେଳେ ଆହୁରି ୮ ମାସ ଏହାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଟଳିନି। ଦେଶରେ ଏବେ ପର୍ୟ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରହିଛି। ତେଣୁ ଲୋକଙ୍କ ପାଇଁ ଡିସେମ୍ବର ମାସରୁ ଆହୁରି ୮ ମାସ ମାଗଣା ରାସନ୍ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଓ କାର୍ଡ ପିଛା ୧ କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯାଉଛି। ଏବେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୦.୨୬ ଲକ୍ଷ ପରିବାରର ୨.୮୬ କୋଟି ଲୋକ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧୨.୫୯ ପରିବାରର ୩୮.୬୪ ଲକ୍ଷ ଲୋକ ଓ ରାଜ୍ୟ ଖାଦ୍ୟ ଯୋଜନାରେ ୧.୧୬ ଲକ୍ଷ ପରିବାରର ୩.୭୮ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଓ ଡାଲି ଯୋଗାଇ ଦିଆଯାଉଛି।