ଶେଷ ଦିନରେ ନବୀନ ଓ ଶାହାଙ୍କ ହାଇଭୋଲଟେଜ୍‌ ପ୍ରଚାର

ଶେଷ ଦିନରେ ନବୀନ ଓ ଶାହାଙ୍କ ହାଇଭୋଲଟେଜ୍‌ ପ୍ରଚାର

ଶେଷ ଦିନରେ ନବୀନ ଓ ଶାହାଙ୍କ ହାଇଭୋଲଟେଜ୍‌ ପ୍ରଚାର
ଭୁବନେଶ୍ୱର : ଆସନ୍ତା ସୋମବାର ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ରାଜ୍ୟର ୬ ଟି ଲୋକସଭା ଓ ୪୧ ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ସେଥିପାଇଁ ସବୁ ଦଳ ଗୁଡ଼ିକ ପ୍ରଚାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି । ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ ଓ ଯାଜପୁର ହାଇଭୋଲଟେଜ୍‌ ପ୍ରଚାର ହେବାକୁ ଯାଉଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ମାରାଥନ୍‌ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେପିର ଷ୍ଟ୍ରାର ପ୍ରଚାର ଅମିତ ଶାହା ଆଜି ପୁଣି ଥରେ ଓଡ଼ିଶାକୁ ଆସିବେ । ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାରାଥନ ପ୍ରଚାର । ପ୍ରଥମେ ଜଗତସିଂହପୁରରେ ସମାବେଶରେ ଯୋଗଦେବେ । ଏହା ପରେ କେନ୍ଦ୍ରାପଡ଼ା ଓ ସାଲେପୁରରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଭୁବନେଶ୍ୱରରେ ପହଁଚିବା ପରେ ସିଧାସଳଖ ମୟୁରଭଞ୍ଜ ଗ୍ରସ୍ତ କରିବେ । ସେପଟରେ ପୂର୍ବାହ୍ନ ସାଢ଼େ ଏଗାରଟାରେ ମୋରଡ଼ା ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ । ଏହା ପରେ ପରେ ଅପରାହ୍ନ ଗୋଟାଏରେ ଯାଜପୁରରେ ସୁକିନ୍ଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଲୋଡ଼ିବେ । ଶାହାଙ୍କ ଗସ୍ତ ପାଇଁ ଉଭୟ ସ୍ଥାନରେ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଏହା ସହିତ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।