ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ
ଭୁବନେଶ୍ୱର:ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ନେଇ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏନେଇ ଦଳ ପକ୍ଷରୁ ଆଜି ସନ୍ଧ୍ୟା ସୁଦ୍ଧା ମହଲତ ଦିଆଯାଇଛି । ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ଚେତାବନୀ ଦେଇଛି । ଏପରିକି ଦଳ ପକ୍ଷରୁ ଉଭୟ ବିଜେପି ଓ ବିଜେଡି ସଭାପତିଙ୍କ ଗାଡ଼ି ଅଟକାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏନେଇ କଂଗ୍ରେସ ନେତା ସୁର ରାଉତରାୟ ଓ ବିଶ୍ୱଜିତ ଦାଶ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଡିଜିପିଙ୍କ ଉଦେ୍ଧଶ୍ୟରେ ଡିସିପିଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଅନ୍ୟପକ୍ଷରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ନେଇ ନିରଞ୍ଜନ ଟୁଇଟ ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ମୋ ଗାଡ଼ିକୁ ଆକ୍ରମଣ କରିଥିଲେ । ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ପିଟିଥିଲେ । ଏନେଇ ଥାନାରେ ଏତଲା ହୋଇଛି । ତେବେ ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚା କର୍ମୀ ବୋଲି ଜାଣି ମୁଁ ଚକିତ । ଏହା ବିଜେପିର ରାଜନୈତିକ ଅଭିସନ୍ଧି ଓ ନୈରାଶ୍ୟର ପ୍ରତିଫଳନ । ବିଜେପି ପାଇଁ କଂଗ୍ରେସ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏମିତି କାଣ୍ଡ ଘଟିଛି । କାହିଁକି ବିଜେପି ଏମିତି କାପୁରୁଷୋଚିତ ଆଚରଣ କରୁଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଯଦି ମୋ ସହ ଏଭଳି ହେଲା ତେବେ ଆମ ମା’ ଓ ଝିଅମାନେ କେତେ ସୁରକ୍ଷିତ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।