ଶେଷ ଦିନରେ ଓହରିଲେ

ଶେଷ ଦିନରେ ଓହରିଲେ

ଶେଷ ଦିନରେ ଓହରିଲେ

ଭୁବନେଶ୍ୱର: କାହାକୁ ଥୋପ ଫିଙ୍ଗିଲେ, କାହାକୁ କୋପ ଦେଖାଇଲେ । ଓହରିଯାଅ, ତୁମ କଥା ବୁଝାଯିବ । ଦଳ ପାଇଁ କାମ କର, ଦଳ ଅମକ.. ସମକ ପଦ ଦେବ । ସବୁ କାମ ତୁମେ କରିବ... । ଏମିତି ଅନେକ ପ୍ରକାର ଥୋପ ପକାଇଲେ । ଯିଏ ନ ମାନିଲା, ତାକୁ କୋପ ଦେଖାଇଲେ । ଦଳରୁ ତଡ଼ା ଖାଇବ, ତୁମ ସବୁ ଗଫଲତି ଧରା ପକାଇ ଦିଆଯିବ... ପୁରୁଣା କେସ୍ ଖୋଲାଯିବ...ଇତ୍ୟାଦି ଇତ୍ୟାଦି । ଏମିତି ଫର୍ମୁଲାରେ ଅନେକ ବିଦ୍ରୋହୀ ପ୍ରାର୍ଥୀ ଆଜି ନାମାଙ୍କନ ପ୍ରତ୍ୟାହାର କରିଦେଲେ । ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ୱାର୍ଡରୁ ବିଦ୍ରୋହୀ ହୋଇ ସ୍ୱାଧୀନ ଭାବେ ଲଢ଼ୁ୍ଥିବା ଅନେକ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ବିଶେଷ କରି ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀରେ ଏଭଳି ଅନେକ ପ୍ରାର୍ଥୀ ଥିବା ଜଣାପଡ଼ିଛି । ହେଲେ ଅନେକ କିଛି ଶୁଣିଲେନି, ଜିଦରେ ନିର୍ବାଚନ ମଇଦାନରେ ରହିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଭଳି ରାଜ୍ୟର ବାକି ସବୁଠି ବି ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିଲା । କେତେକ ଜାଗାରେ ଅନେକ ପ୍ରାର୍ଥୀ ଓହରିଛନ୍ତି । କିଛି ଜାଗାରେ ଦଳୀୟ ପ୍ରାର୍ଥୀ ବି ଓହରିଯାଇଥିବା ଶୁଣିବାକୁ ମିଳିଛି ।