ଶିଶୁଙ୍କ ହୃତପିଣ୍ଡରେ କ୍ଷତି ଘଟାଉଛି କୋଭିଡ

ଶିଶୁଙ୍କ ହୃତପିଣ୍ଡରେ କ୍ଷତି ଘଟାଉଛି କୋଭିଡ

ଶିଶୁଙ୍କ ହୃତପିଣ୍ଡରେ କ୍ଷତି ଘଟାଉଛି କୋଭିଡ
ନୂଆଦିଲ୍ଲୀ: କୋଭିଡ ଆକ୍ରାନ୍ତ ଶିଶୁଙ୍କ ଠାରେ ମଲ୍ଟିସିଷ୍ଟମ ଇନଫ୍ଲୋମେଟରୀ ସିଣ୍ଡ୍ରୋମ (ଏମଆଇଏସ) ନାମକ ଏକ ସାଂଘାତିକ ଲକ୍ଷଣ ଦେଖାଯାଉଛି । ଯାହା କି ସେମାନଙ୍କ ହୃତପିଣ୍ଡର ବ୍ୟାପକ କ୍ଷତି ପହଞ୍ଚାଉଛି ବୋଲି ଦି ଲନ୍ସେଟର ଭେଷଜ ପତି୍ରକା ଇକ୍ଲିନିକାଲମେଡିସିନରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି । ଏପରିକି ଶିଶୁମାନଙ୍କର ଏହି ହୃତପିଣ୍ଡ କ୍ଷତି ଏତେ ମାରାତ୍ମକ ଯେ ସେମାନଙ୍କ ଆଜୀବନ କାଳ ନିରନ୍ତର ଅନୁଧ୍ୟାନ ଓ ଚିକିତ୍ସାରେ ରହିବାକୁ ପଡ଼ିପାରେ ବୋଲି ମୋରିରା କହିଛନ୍ତି । ସେହି ହୃତପିଣ୍ଡର କ୍ଷତି ମଧ୍ୟରେ କରୋନାରି ରକ୍ତ ବାହିକାର ସମ୍ପ୍ରସାରଣ ଏବଂ ରକ୍ତ ସଞ୍ଚାଳନରେ ମନ୍ଥରତା ଆଦି ରହିଛି । ଡା.ଆଲଭାରୋଙ୍କ କହିବା ଅନୁସାରେ, କୋଭିଡ ଆକ୍ରାନ୍ତ ଶିଶୁମାନଙ୍କ ଠାରେ ଏହି ଏମଆଇଏସ ଲକ୍ଷଣ ସୃଷ୍ଟି କରିବା ପାଇଁ ସେମାନଙ୍କୁ ତଥାକଥିତ ଶ୍ୱାସକି୍ରୟା ଜନିତ ସମସ୍ୟା ପ୍ରଦର୍ଶନ କରିବା ଆବଶ୍ୟକ ନାହିଁ । ଏପରିକି ଶିଶୁଙ୍କଠାରେ କୋଭିଡ ସଂକ୍ରମଣ ହୋଇଥିବାର କିଛି ବି ଲକ୍ଷଣ ଦେଖାଯାଇନପାରେ । ମାତ୍ର କିଛି ସପ୍ତାହ ପରେ ସେମାନଙ୍କଠାରେ ଏହି ପ୍ରତ୍ୟଙ୍ଗ ଫୁଲ ଲକ୍ଷଣ(ଏମଆଇଏସ) ସ୍ପଷ୍ଟ ଜଣାପଡ଼ିଥାଏ । ଏପରିକି ଶିଶୁଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଶିଶୁଙ୍କର ଇସିଜି ପରୀକ୍ଷାରୁ ଅସ୍ୱାଭାବିକ ଫଳାଫଳ ମିଳିଥିବା ଗବେଷକମାନେ କହିଛନ୍ତି ।