ଶ୍ରୀମନ୍ଦିର ଉପରେ ଚଢିଲେ ଉତ୍ତର ପ୍ରଦେଶର ମନୋଜ ସିଂ

puri

1.

ଶ୍ରୀମନ୍ଦିର ନୃସିଂହ ମନ୍ଦିର ଉପରେ ଚଢି ମୁଖ୍ୟ ମନ୍ଦିର ଉପରେ ଚଢିଲେ ବ୍ୟକ୍ତି l ଉକ୍ତ ବ୍ୟକ୍ତି ଙ୍କ ନାମ ମନୋଜ ସିଂ. ସେ ଉତ୍ତର ପ୍ରଦେଶର ଲାଲଗଞ୍ଜ ଥାନା ଅଧିନର ବ୍ୟକ୍ତି ବୋଲି ଜଣାପଡିଛି l ସେ ମୁଖ୍ୟ ମନ୍ଦିରକୁ ଚଢିଵା ସମୟରେ  ଧରିଛନ୍ତି ପୋଲିସ ଓ ଜେଟିପି l ମନୋଜ ସିଂକୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇ ଅଧିକ ପଚରା ଉଚରା କରାଯାଉଛି l ତେବେ ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ। ଏବେ ତାଙ୍କୁ ପୁରୀ ପୋଲିସ ସିଂହଦ୍ୱାର ଥାନାରେ ଜେରା କରୁଛି. ତେବେ ପୁରୀ ଏସପି କିଛିଦିନ ତଳେ ଶ୍ରୀମନ୍ଦିର ଉପରକୁ ଚଢିବା ରୋକିବାକୁ ଏକାଦଶୀ ମନ୍ଦିର ଓ ଦକ୍ଷିଣୀ ଘର ପାଖରେ ବ୍ୟାରିକେଡ୍ କରାଯାଇଥିବା କହିଥିଲେ।