ଅଟୋ ଚାଳକ ନାବାଳିକା ଅସଦାଚରଣ ଘଟଣା ନେଲା ଭିନ୍ନ ମୋଡ଼

cuttack news

ଅଟୋ ଚାଳକ ନାବାଳିକା ଅସଦାଚରଣ ଘଟଣା ନେଲା ଭିନ୍ନ ମୋଡ଼

କଟକ ବାଦାମବାଡିରୁ ଶିଖରପୁର ନେବା ବାଟରେ ଜଣେ ନାବାଳିକାଙ୍କୁ ଅଟୋ ଭିତରେ ଚାଳକ ର ଅସଦାଚରଣ ନେଇ ଯେଉଁ ଅଭିଯୋଗ ହୋଇଥିଲା ଓ ଚାଳକ ଜଣକ ଗିରଫ ହୋଇଥିଲେ, ସେ ଘଟଣା ଏବେ ଭିନ୍ନ ମୋଡ ନେଇଛି।  ଆଜି ପରିବାର ଲୋକ ଏହାକୁ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ର କହିବା କଥା ଅଟୋ ଚାଳକଙ୍କ ଝିଅ ନାବାଳିକା ଥିବା ବେଳେ ତାକୁ ଜଣେ ଯୁବକ ବିବାହ ର ପ୍ରତିଶୃତି ଦେଇ ବନ୍ଧୁତ୍ବ ରଖିଥିଲା। ପରେ ଆଉ ଧରାଛୁଆଁ ନ ଦେବାରୁ ନାବାଳିକା ଙ୍କ ପରିବାର ର ଅଭିଯୋଗ ଉପରେ ଗିରଫ ଯୁବକ ଜଣକ ହୋଇଥିଲା। ପରେ ସେମାନଙ୍କ ମଧ୍ଯ ରେ ବୁଝା ମଣା ହୋଇଥିଲା ଓ ଯୁବକ ଜଣକ ଅଟୋ ଚାଳକଙ୍କ ଝିଅ କୁ ବିବାହ କରିଥିଲେ। ତେବେ ପରେ ସେ ଝିଅ କୁ ସେମାନେ ନେଇ ନ ଥିଲେ। ଏବେ ଝିଅ ର ପରିବାର କୁ ଫସାଇବା ପାଇଁ ସଂପୃକ୍ତ ଯୁବକ ନିଜର ଦୁଇ ଜଣ ସଂପର୍କୀୟଙ୍କୁ ଧରି ଏଭଳି ଷଡଯନ୍ତ୍ର କରିଛନ୍ତି। ଏ ନେଇ ପୋଲିସ ସଠିକ ତଦନ୍ତ କରୁ ଏବଂ ନ୍ୟାୟ ପାଇଁ ଅଦାଲତ ର ଆଶ୍ରୟ ନେବେ ବୋଲି ଅଟୋ ଚାଳକଙ୍କ ପରିବାର ଲୋକ କହିଛନ୍ତି।