ଶବକୁ ଅସମ୍ମାନ ନେଇ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି
ଶବକୁ ଅସମ୍ମାନ ନେଇ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି
ଭୁବନେଶ୍ୱର: କୋଭିଡ ହସ୍ପିଟାଲରେ ରୋଗୀ ଅବହେଳା ଓ ଶବକୁ ଅସମ୍ମାନ ନେଇ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି । ବାରିପଦା ଓ ବଲାଙ୍ଗିର ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ବାରିପଦା କୋଭିଡ ହସ୍ପିଟାଲରେ ରୋଗୀ ତଳେ ଗଡ଼ିବାକୁ ନେଇ ହାଇକୋଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ।
ଏଥିସହ ବଲାଙ୍ଗିରରେ ଗୋଟିଏ ଜୁଇରେ ଦଶ ଜଣଙ୍କ ଶବ ଦାହକୁ ନେଇ ମଧ୍ୟ ମାମଲା ରୁଜୁ କରାଯାଇଛି ।
ହାଇକୋର୍ଟଙ୍କ ତତ୍ୱାବଧାନରେ ଏହି ମାମଲାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରାଯାଇଛି । କୋଭିଡ ହସ୍ପିଟାଲରେ ସିସିଟିଭି ଲଗାଇବାକୁ ମଧ୍ୟ ଉକ୍ତ ପିଆଇଏଲରେ ଅପିଲ କରାଯାଇଛି । ଏହି ମାମଲାରେ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।




admin 