ଲୋକସଭା ବାଚସ୍ପତିଙ୍କ ଦ୍ବାରା ଗଠିତ କମିଟିରେ ସୂର୍ଯ୍ୟ ପାତ୍ର
ଲୋକସଭା ବାଚସ୍ପତିଙ୍କ ଦ୍ବାରା ଗଠିତ କମିଟିରେ ସୂର୍ଯ୍ୟ ପାତ୍ର
admin
Oct 12, 2019 - 07:59
Updated: Oct 12, 2019 - 07:59
ଭୁବନେଶ୍ୱର: ଲୋକସଭା ବାଚସ୍ପତି ତଥା ଅଖିଳ ଭାରତ ବାଚସ୍ପତିମାନଙ୍କ ସମ୍ମିଳନୀର ଅଧ୍ୟକ୍ଷ ଓମ୍ ବିର୍ଲା ଦେଶର ୭ଟି ବିଧାନସଭାର ବାଚସ୍ପତିଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ଅନ୍ୟତମ ସଦସ୍ୟ ଭାବେ ଓଡ଼ିଶାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ସ୍ଥାନ ପାଇଛନ୍ତି। ଓଡ଼ିଶା ବ୍ୟତୀତ ଆସାମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ପୁଡ଼ୁଚେରୀ ବିଧାନସଭାର ବାଚସ୍ପତିମାନେ ମଧ୍ୟ ଏହାର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତିା ଏହି କମିଟି ବିଧାନସଭା ଗୁଡ଼ିକର କାର୍ୟ୍ୟ ପରିଚାଳନାରେ ବ୍ୟବହାର ହେଉଥିବା କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିରମୂଲ୍ୟାୟନ କରିବ। ଏଥିସହ ଏ ଦିଗରେ ଆଗାମୀ ପଦକ୍ଷେପ ସଂପର୍କରେ ପ୍ରସ୍ତାବ ଦେବ।